ETV Bharat / state

ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ପ୍ରସ୍ତୁତ, ଜାଣନ୍ତୁ କେବେ କେଉଁଠି ହେବ ମତଦାନ - କନ୍ଧମାଳ ଜିଲ୍ଲାରେ ୫ଟି ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ ଏବଂ ଘୋଷଣା ହେଲା ପଞ୍ଚୟତ ନିର୍ବାତନ ପାଇଁ ଭୋଟିଂ ତାରିଖ । କନ୍ଧମାଳ ଜିଲ୍ଲାରେ ମଧ୍ୟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ପ୍ରସ୍ତୁତି, ଜାଣନ୍ତୁ କେବେ କେଉଁଠି ହେବ ମତଦାନ

author img

By

Published : Jan 13, 2022, 3:51 PM IST

ଫୁଲବାଣୀ: ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ହେବ । କନ୍ଧମାଳ ଜିଲ୍ଲାରେ ମଧ୍ୟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କେ.ନୂଆଗାଁ ବ୍ଳକର ୪୪୬୦୮ ଭୋଟର ମତ ସାବ୍ୟସ୍ତ କରିବେ । ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କେ.ନୂଆଗାଁ ବ୍ଲକର ୧୭୭ ୱ।ର୍ଡ ରହିଛି ।

ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ପ୍ରସ୍ତୁତ, ଜାଣନ୍ତୁ କେବେ କେଉଁଠି ହେବ ମତଦାନ

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରେ ମାଓ ଅଧ୍ୟୁଷିତ ଦୁର୍ଗମ ବ୍ଲକ ଭାବରେ ପରିଚିତ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଳକରେ ୨ଟି ଜିଲା ପରିଷଦ ଜୋନ ପାଇଁ ହେବ ଭୋଟ ଗ୍ରହଣ ପ୍ରକ୍ରିୟା । କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତର ୧୮୨ ୱ୲ର୍ଡ ଥିବାବେଳେ, ତୁମୁଡିବନ୍ଧ ବ୍ଲକର ୧୧ଟି ପଞ୍ଚାୟତର ୧୩୯ ୱ।ର୍ଡ ରହିଛି । ସେହିପରି କୋଟଗଡ଼ ବ୍ଳକରେ ୩୨ ହଜାର ୨୪ ଓ ତୁମୁଡିବନ୍ଧ ବ୍ଲକରେ ୩୦ ହଜାର ୯୭୧ ଭୋଟର ମତଦାନ କରିବେ ।

ତୃତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୨୦ରେ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡ଼ା ୩ଟି ବ୍ଳକରେ ୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବ । ଫୁଲବାଣୀ ବ୍ଳକ୍‌ରେ ୧୧ଟି ପଞ୍ଚାୟତ ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୨୪ ଓ ଖଜୁରୀପଡ଼ା ବ୍ଳକରେ ୧୪ଟି ପଞ୍ଚାୟତ ରହିଛି । ଫୁଲବାଣୀ ବ୍ଳକରେ ୨୯ ହଜାର ୧୮୩ ଭୋଟର ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୫୮ ହଜାର ୯୬୫ ଓ ଖଜୁରୀପଡ଼ା ବ୍ଲକ୍‌ରେ ୩୮ ହଜାର ୪୫୩ ଜଣ ଭୋଟର ଅଛନ୍ତି ।

ଫେବ୍ରୁଆରୀ ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ଜି ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବ । ଜି.ଉଦୟଗିରିର ୮ଟି ପଞ୍ଚାୟତର ୧୧୨ ୱ।ର୍ଡରେ ୨୮ ହଜାର ୯୧୦ ଭୋଟର ରହିଥିବାବେଳେ ଚକାପାଦ ବ୍ଳକ ୧୨ ପଞ୍ଚାୟତର ୧୯୯ ୱାର୍ଡରେ ୩୬ ହଜାର ୮୩୬ ଭୋଟର ରହିଛନ୍ତି । ଟିକାବାଲି ବ୍ଲକ୍‌ର ୧୧ ପଞ୍ଚାୟତ ୧୭୫ ୱାର୍ଡ ୩୬ ହଜାର ୫୦୯ ଭୋଟର ଭୋଟ ଦେବେ ।

ସେହିପରି ପଞ୍ଚମ ପର୍ଯ୍ୟାୟରେ ଫେବ୍ରୁଆରୀ ୨୪ରେ ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଳକରେ ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବ । ଦାରିଙ୍ଗବାଡ଼ି ବ୍ଳକର ୨୫ ପଞ୍ଚାୟତର ୩୪୭ ୱାର୍ଡର ୮ ହଜାର ୫୧୭ ରାଇକିଆ ବ୍ଳକର ୧୨ ପଞ୍ଚାୟତର ୧୭୩ ୱ।ର୍ଡରେ ୩୯ ହଜାର ୯୦୫ ଭୋଟର ଭୋଟ ଦେବେ । ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.