ETV Bharat / state

କନ୍ଧମାଳରେ ଜଗାକୁ ଭେଟିଲେ ଅଚ୍ୟୁତ ସାମନ୍ତ - MP achyut samanta

ଦୁଇ ଦିନିଆ କନ୍ଧମାଳ ଗସ୍ତରେ କନ୍ଧମାଳ ସାଂସଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଜଗା ସହ କଲେ ସାକ୍ଷାତ । ଅଧିକ ପଢନ୍ତୁ...

କନ୍ଧମାଳ ଗସ୍ତରେ ସାଂସଦ ଅଚ୍ୟୁତ ସାମନ୍ତ, ଭଟିଲେ ଜଗାକୁ

author img

By

Published : Mar 28, 2021, 5:46 PM IST

ଫୁଲବାଣୀ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି କନ୍ଧମାଳ ସାଂସଦ ଡଃ ଅଚ୍ୟୁତନାନ୍ଦ ସାମନ୍ତ । ରବିବାର ସାଂସଦ ପ୍ରଥମେ ସ୍ଥାନୀୟ ସର୍କିଟ ହାଉସଠାରେ ବ୍ଲକ କୋଡିନେଟର ଏବଂ ଏମପି ନୋମିନିମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ । ପରେ ଫୁଲବାଣୀର ରକ୍ତ ଭଣ୍ଡାର ଠାରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା ସହ ମିଶି ତା'ର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।

କନ୍ଧମାଳ ଗସ୍ତରେ ସାଂସଦ ଅଚ୍ୟୁତ ସାମନ୍ତ, ଭଟିଲେ ଜଗାକୁ

ଶେଷରେ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶରେ ଯୋଗ ଦେଇ କରୋନା ସମୟରେ ଗ୍ରାମାଞ୍ଚଳରେ ଆଶାକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଭଲ କାମ କରୁଥିବା ଆଶାକର୍ମୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ । ତେବେ ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ସତ୍ତ୍ବେ ମଧ୍ୟ ଏଠାରେ ବହୁମାତ୍ରାରେ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି ଓ ଆଗକୁ ଆହୁରି ଏହା ଉପରେ କାର୍ଯ୍ୟ କରାଯିବ କହିଛନ୍ତି କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ।

ପରେ ସାଂସଦ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚି 'ମୋ କଥା ଯୋଜନା' ଓ 'ବଦଖାନା' କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.