ETV Bharat / state

Kandhaml Minor Rape Case: ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ - କନ୍ଧମାଳ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସ କୋର୍ଟ । ଅଧିକ ପଢନ୍ତୁ

ଦୁଷ୍କର୍ମ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Jan 22, 2022, 9:28 AM IST

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସ କୋର୍ଟ । ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସ କୋର୍ଟ ଜଣେ ଅଭିଯୁକ୍ତକୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ଅଦାୟ ଆଦେଶ ଦେଇଛନ୍ତି । ଜୋରିମାନ ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନଯୋଗ୍ୟ ଯେ, ଜଣେ ନାବାଳିକା ଦୁଷ୍କର୍ମ ହୋଇଥବା ନେଇ ୨୦୧୬ ମସିହାରେ କୋଟଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ନାବାଳିକା ଜଣଙ୍କ ୨୦୧୬ ନିଜ ଘରକୁ ଆଧାର କାର୍ଡ ଆଣିବା ପାଇଁ ଘରକୁ ଯାଉଥିବା ବେଳେ ପ୍ରାୟ ୮ ଟା ସମୟରେ ପାହାଡିଆ ଜଙ୍ଗଲ ରାସ୍ତାରେ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକ ନାବାଳିକାକୁ ରାସ୍ତାରୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ପରେ ଘଟଣା ବାହାରେ ପ୍ରକାଶ କାଲେ ଜୀବନ ମାରି ଦେବି ବୋଲି ଧମକ ଦେଇଥଲେ ଅଭିଯୁକ୍ତ ।

ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟର ଅତିରିକ୍ତ ଜିଲା ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୧୪ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ବନମାଳୀ ବେହେରା ମାମଲାର ପରିଚାଳନା କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.