ଫୁଲବାଣୀ: ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ ବର୍ଗର ଲୋକମାନେ ହାସଲ କରୁଥିବାରୁ ସେଗୁଡ଼ିକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୁଇ ସମାଜ ।
ଆଗାମୀ ଦିନରେ ଯେଭଳି ଭାବେ ଅନ୍ୟ ବର୍ଗର ଲୋକମାନେ ଏହି ପ୍ରମାଣପତ୍ର ହାସଲ କରିପାରିବେ ନାହିଁ, ତାହାକୁ ଦୃଷ୍ଟିରେ ରଖି କୁଇ ସମାଜର ପ୍ରମାଣ ନେବା ପରେ ହିଁ ଆଦିବାସୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବାପାଇଁ ମଧ୍ୟ ଦାବିପତ୍ରରେ ଦାବି କରାଯାଇଛି । ଫୁଲବାଣୀ ବିଧାୟକ ସମେତ ସଭାପତି ସୁଦର୍ଶନ କହଁର, ସହ-ସମ୍ପାଦକ ଅଚ୍ୟୁତ ଯାନୀ, ଯୁବ ପରିଷଦ ସଦସ୍ୟ ଗୋଲୋକ ବିହାରୀ କହଁର ସହ ବହୁ ଆସିବାସୀ ନେତା ଓ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ