ETV Bharat / state

ଫୁଲବାଣୀରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

author img

By

Published : Nov 20, 2021, 8:29 PM IST

କନ୍ଧମାଳ କୁଇ ସମାଜ ସମନ୍ବୟ ସମିତି ତା’ର ୨୧ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି । ଅଧିକ ପଢନ୍ତୁ

ଫୁଲବାଣୀରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଫୁଲବାଣୀରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫୁଲବାଣୀ: ଆଜି(ଶନିବାର) କନ୍ଧମାଳ କୁଇ ସମାଜ ସମନ୍ବୟ ସମିତି ତା’ର ୨୧ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି । ଏହି ଅବସରରେ ସମିତି ପକ୍ଷରୁ ଫୁଲବାଣୀରେ ଏକ ବିରାଟ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଲେଜ ଛକସ୍ଥିତ ସମିତି କାର୍ଯ୍ୟାଳୟରୁ ବିରାଟ ଶୋଭାଯାତ୍ରାରେ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ଏବଂ ସେମାନଙ୍କ ବିଭିନ୍ନ ଦାବି ପୂରଣ ନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ।

ସମିତିର ସମ୍ପାଦକ ଲମ୍ବୋଧର କହଁରଙ୍କ ସମେତ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଆଦିବାସୀ ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ତେବେ ସମିତି ପକ୍ଷରୁ ୧୯୯୮ ମସିହାରୁ ସରକାରଙ୍କୁ ୩୪ ଦଫା ଦାବି ପୂରଣ ପାଇଁ ପ୍ରତିବର୍ଷ ସ୍ମାରକପତ୍ର ପ୍ରଦାନ କରାଯାଉଥିବା ବେଳେ ସରକାର ସେଥିମଧ୍ୟରୁ ବହୁ ଦାବି ପୂରଣ କରିଥିଲେ ମଧ୍ୟ ଏବେ ସୁଦ୍ଧା ଅନେକ ଦାବି ପୂରଣ ହୋଇନି । ଜିଲ୍ଲାର ଜମିଜମା ମାମଲା, ଜାଲ ଜାତିଗତ ପ୍ରମାଣପତ୍ର ସମସ୍ୟା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସରକାର ଜିଲ୍ଲାକୁ ଅଣଦେଖା କରୁଛନ୍ତି ।

ସେହିଭଳି ବର୍ତ୍ତମାନ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲା ପ୍ରଶାସନକୁ ହାତ ବାରିଶି କରି ବହୁ ଜମି ନିଜ କବଳକୁ ନେବାରେ ଲାଗିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଭଳି କାମରୁ ନିଜକୁ ଦୂରେଇ ରଖୁ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କୁଇ ସମାଜର ନେତାମାନେ କହିବା ସହିତ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କନ୍ଧମାଳ ADMଙ୍କୁ ପ୍ରଦାନ କରିଛନ୍ତି । ADM କହିଛନ୍ତି ସେମାନଙ୍କ ଦାବି ଉପରେ ତର୍ଜମା କରାଯିବ ଏବଂ ଯାହା ତାଙ୍କ ସ୍ତରରେ ସମାଧାନ ହୋଇପାରିବ ତାହା ସେମାନେ କରିବେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.