ETV Bharat / state

ଲାଞ୍ଚ ଅଭିଯୋଗରେ ଉଦ୍ୟାନବିଭାଗ କର୍ମଚାରୀ ଦୋଷୀ ସାବ୍ୟସ୍ତ - bribe

ଛଅ ହଜାର ଟଙ୍କା ଲାଞ୍ଚନେବା ଅଭିଯୋଗରେ କନ୍ଧମାଳ ଜିଲା ଉଦ୍ୟାନ ବିଭାଗର ତତ୍କାଳୀନ କର୍ମଚାରୀଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟ ଦୋଷୀ ସାବ୍ୟସ୍ଥ କରି ଦଣ୍ଡାଦେଶ କରିଛନ୍ତି । 2015ରେ ତାର ବାଡ ବାବଦକୁ ଛଅ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 22, 2019, 12:51 AM IST

ଫୁଲବାଣୀ: ଜିଲ୍ଲା ଉଦ୍ୟାନ ବିଭାଗର ତତ୍କାଳୀନ କର୍ମଚାରୀଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି । ଦାରିଙ୍ଗବାଡି ବ୍ଲକର ତତ୍କାଳୀନ ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ସୀମନ୍ତ ଦିଗାଲଙ୍କୁ କୋର୍ଟ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ଛଅ ହଜାର ଟଙ୍କା ଜୋରିମାନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ବ୍ରାହ୍ମଣୀଗାଁ ପଞ୍ଚାୟତ ସିକବାଡିର ତପନ ପ୍ରଧାନ 2015ରେ କରିଥିବା ଆମ୍ବଚାଷ ପାଇଁ ଆସିଥିବା ତାରବାଡ ବାବଦକୁ ଛଅ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ପରେ ପୁଣି ମଷ୍ଟର ରୋଲରେ ନାଁ ଚଢାଇବାକୁ ସୀମନ୍ତ ଟଙ୍କା ଦାବି କରିଥିଲେ । ଛଅ ହଜାର ଟଙ୍କା ଲାଞ୍ଚ ନେବାବେଳେ 2016 ଡିସେମ୍ବର 14 ତାରିଖରେ ଫୁଲବାଣୀ ଭିଜିଲାନସ ଟିମ୍ ଦିଗାଲଙ୍କୁ କାବୁ କରିନେଇଥିଲେ । ସେତେବେଳେ ତାଙ୍କୁ ଗିରଫ କରି କୋର୍ଟ ମଧ୍ୟ ଚାଲାଣ କରିଥିଲା ଟିମ୍ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.