ETV Bharat / state

ଗିଫ୍ଟରୁ ଆରମ୍ଭ ହେଲା ବ୍ୟବସାୟ; ମାସକୁ 2 ଲକ୍ଷ ରୋଜଗାର, ଅନେକଙ୍କୁ କରିଛନ୍ତି ସ୍ବାବଲମ୍ବୀ - କନ୍ଧମାଳ ଗୋପାଳନ କରିଛି ଆତ୍ମନିର୍ଭରଶୀଳ

ଆତ୍ମନିର୍ଭରଶୀଳର ଅନନ୍ୟ ଉଦାହରଣ କାଳୀ ପ୍ରସନ୍ନ ବେହେରା । ଗୋପାଳନ କରିଛି ସ୍ବାବଲମ୍ବୀ। ନିଜ ପରିବାର ସହ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ କରିଛନ୍ତି ରୋଜଗାର କ୍ଷମ। ଅଧିକ ପଢ଼ନ୍ତୁ

ଗୋପାଳନ କରିଛି  ଆତ୍ମନିର୍ଭରଶୀଳ
ଗୋପାଳନ କରିଛି ଆତ୍ମନିର୍ଭରଶୀଳ
author img

By ETV Bharat Odisha Team

Published : Sep 30, 2023, 10:17 PM IST

ଗୋପାଳନ କରିଛି ଆତ୍ମନିର୍ଭରଶୀଳ

ଫୁଲବାଣୀ: ଆତ୍ମନିର୍ଭରଶୀଳର ଅନନ୍ୟ ଉଦାହରଣ କାଳୀ ପ୍ରସନ୍ନ ବେହେରା । କେବଳ ଆତ୍ମନିର୍ଭରଶୀଳ ନୁହେଁ କିଛି ପରିବାରକୁ ଦେଇଛନ୍ତି ନିଯୁକ୍ତି । ମାତ୍ର ଦୁଇଟି ଗାଇରୁ ଆରମ୍ଭ କରିଥିବା ରୋଜଗାର ପନ୍ଥା ଇତି ମଧ୍ୟରେ ବେଶ ଆଗକୁ ବଢ଼ିଲାଣି । ଏବେ ଫାର୍ମ କରି 57ଟି ଗାଇ ବାଛୁରୀ ରଖିଛନ୍ତି । ଧବଳେଶ୍ୱରୀ ଗୋ ଆଶ୍ରମ ବା ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ୪ ଭାଇ ଏବଂ ବାହାରର ୩ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଚାକିରି ପଛରେ ନ ଗୋଡାଇ ନିଜ କୌଳିକ ବୃତ୍ତିକୁ ଆପଣାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାଳୀ । ନିଜର ନିଷ୍ଠା ଏବଂ ଉଦ୍ୟମ ଯୋଗୁ ରାଜ୍ୟ ଏବଂ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମଧ୍ୟ ପ୍ରମାଣପତ୍ର ଏବଂ ପୁରସ୍କାର ପାଇଛନ୍ତି ।

ତେବେ କାଳି ପ୍ରସନ୍ନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରକୁ ୧୯୯୨ ମସିହାରେ ଆସିଥିଲେ । କାଳିଙ୍କ ଖୁଡୀ ନବୋଦୟରେ ଶିକ୍ଷୟିତ୍ରୀ ଥିଲେ । ସେ ଦୁଇଟି ଗାଇ ରଖିଥିଲେ । କାଳି ଅଧିକ ପାଠ ପଢ଼ି ନଥିବାରୁ ଜଗତସିଂହପୁର ଜିଲ୍ଲାରୁ ଆସି ଫୁଲବାଣୀରେ ଦାଦା ଖୁଡିଙ୍କ ପାଖରେ ରହିଥିଲେ । ସେଠାରେ ସେ ଘର କାମ ବୁଝିବା ସହ ଗାଇ କାମ କରୁଥିଲେ । ଏହିଠାରୁ ଦୁଗ୍ଧ ବ୍ୟବସାୟ ପ୍ରତି ତାଙ୍କର ମନ ବଳିଥିଲା । ସମୟକ୍ରମେ ଖୁଡିଙ୍କର ଅନ୍ୟତ୍ର ବଦଳୀ ହୋଇଗଲା । ଦାଦା ଖୁଡି ନୂତନ କର୍ମସ୍ଥାନକୁ ଚାଲିଗଲେ । ହେଲେ କାଳୀ ଆଉ ନଯାଇ ଏହିଠାରେ ରହିଲେ । ଦାଦା ଖୁଡି ତାଙ୍କୁ ଉପହାର ସ୍ୱରୁପ ଗାଇ ବାଛୁରୀ ଦେଇ ଯାଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା କାଳୀଙ୍କ ଦୁଗ୍ଧ ବ୍ୟବସାୟର ଯାତ୍ରା । ତେବ ୧୯୯୭ରେ ପ୍ରଥମ କରି ଆରମ୍ଭ କରିଥିଲେ ଧବଳଶ୍ରୀ ଗୋ ଆଶ୍ରମ । ଏବେ ସେଠାରେ ଗାଇ ବାଛୁରୀଙ୍କ ସଂଖ୍ୟା ମିଶି 57 ରେ ପହଞ୍ଚିଛି । ଫୁଲବାଣୀ ସହରରେ ଧବଳେଶ୍ୱରୀ ଫାର୍ମ କ୍ଷୀରର ବେସ ଚାହିଦା ରହିଛି। । ସହରର ପ୍ରାୟ ଅଧିକାଂଶ ଲୋକଙ୍କ ଘରକୁ କାଳୀ କ୍ଷୀର ଯୋଗାଉଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ....ରୋଜଗାର ଦେଲା ମାଣ୍ଡିଆ, ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା

ଏବେ ଦୈନିକ ପାଖା ପାଖି ୨୦୦ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ ଅନ୍ୟ ଚାଷୀଙ୍କଠାରୁ ମଧ୍ୟ କ୍ଷୀର କିଣୁଛନ୍ତି । ସହରରେ ଘରକୁ ଘର କ୍ଷୀର ବିକ୍ରି କରୁଛନ୍ତି । ସେହିପରି ସହରର ତ୍ରିନାଥ ବଜାରରେ ତାଙ୍କର ଏକ ଦେକାନ ରହିଛି । ଯେଉଁଠି ପ୍ରତିଦିନ ପନୀର, କ୍ଷୀର, ଦହି ଆଦି ବିକ୍ରି ହୁଏ । ଏସବୁ ଦ୍ରବ୍ୟ ନିଜ ଘରେ କାଳୀ ତିଆରି କରନ୍ତି । ଏଥିରେ ତାଙ୍କୁ ୪ ଭାଇ ସହଯୋଗ କରନ୍ତି । କହିବାକୁ ଗଲେ ୪ ଭାଇ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । କାଳୀ ଏହି ଫାର୍ମରୁ କରିଥିବା ରୋଜଗାରରେ ନିଜର ୩ ଭଉଣୀଙ୍କୁ ବିବାହ ଦେଇଛନ୍ତି । ଦୁଇଟି କାର କିଣିଛନ୍ତି । ସବୁ ଭାଇ ମିଶିକି ରହିଛନ୍ତି । ସମସ୍ତଙ୍କ ରୋଜଗାର ମିଶିଲେ ମାସକୁ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ।

ସେହିପରି ଘରେ ଏକ ବାଇଓ ଗ୍ୟାସ ପ୍ଲାଂଟ କରିଛନ୍ତି । ଏଥିରେ ଘରେ ରୋଷେଇ ହେବା ସହ ଲାଇଟ ଜଳୁଛି । ଏଥିରୁ ବାହାରୁ ଥିବା ବର୍ଜ୍ୟରୁ ବାଇଓ କମ୍ପୋଷ୍ଟ(ଖତ) ତିଆରି କରି ମଧ୍ୟ ବିକ୍ରି କରୁଛନ୍ତି । ନିଜ ଘର ଚଳିବା ପାଇଁ ଅଗଣାରେ ପନି ପରିବା ଚାଷ କରୁଛନ୍ତି । ଯେଉଁଥିରେ ଏହି ଖତ ବ୍ୟବହାର କରାଯାଉଛି । ନିଜର ନିଷ୍ଠା ଓ ଅଧ୍ୟବସାୟ ପାଇଁ କାଳୀ ଅନେକ ସମୟରେ ପୁରସ୍କୃତ ହୋଇଛନ୍ତି ।ତେବେ ସରକାର ତାଙ୍କୁ ଅଧିକ ପ୍ରୋତ୍ସାହନ ଦେଲେ ସେ ଆହୁରୀ ଆଗକୁ ବଢ଼ି ପାରନ୍ତେ ବୋଲି କାଳୀ କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.