ETV Bharat / state

ବେଆଇନ ଜବରଦଖଲ ନେଇ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ - illegal-building will-destroy-start in kandhamal

ଫୁଲବାଣୀ ସହରରେ ସବୁଠାରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଛି । ଏହା ସହିତ ମନଇଚ୍ଛା ଘର ନିର୍ମାଣ କରିବା ଯୋଗୁଁ ନାନାଦି ସମସ୍ୟା ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

ବେଆଇନ ଜବରଦଖଲ ନେଇ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Mar 17, 2020, 4:01 AM IST

ଫୁଲବାଣୀ: ଜିଲ୍ଲାରେ ବେଆଇନ ଜବରଦଖଲ କରି ଘର ନିର୍ମାଣ ନେଇ ସୃଷ୍ଟି ହେଉଛି ସମସ୍ୟା । ଏହାଦ୍ବାରା ଅନେକ ଧନଜୀବନ ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ ପ୍ରଶାସନ ଆରମ୍ଭ କରିଛି ଉଚ୍ଛେଦ ଏବଂ ଦେଇଛି ନୋଟିସ୍ । ସପଟେ କିନ୍ତୁ ଏହି ନୋଟିସ ରଦ୍ଦ କରିବାକୁ ଜିଲ୍ଳାପାଳକୁ ଭେଟିଛନ୍ତି ଲୋକେ ।

ବେଆଇନ ଜବରଦଖଲ ନେଇ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଫୁଲବାଣୀ ସହରରେ ସବୁଠାରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଛି । ଏହା ସହିତ ମନଇଚ୍ଛା ଘର ନିର୍ମାଣ କରିବା ଯୋଗୁଁ ନାନାଦି ସମସ୍ୟା ସୃଷ୍ଟି ହେଉଛି । ଅନେକ ସାହିରେ ଯାଇଥିବା ବିଦ୍ୟୁତ ତାର ଅନେକ ଲୋକଙ୍କ ଘର ଉପରେ ଯାଇଛି । ସେଥିପାଇଁ ବିପଦ ସଂକୁଳ ହୋଇଛି ଜୀବନ । ତାରରେ ଲାଗି ଜୀବନ ମଧ୍ୟ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ଟାଉନ ପ୍ଲାନିଂ ଓ ସାଉଥକୋ ଲୋକଙ୍କୁ ନୋଟିସ୍‌ କରିଛି ଘର ଉଚ୍ଛେଦ କରିବା ପାଇଁ । ହେଲେ ଏହାକୁ ଓଲଟା ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଲୋକେ ।

ତେବେ କେହି କେହି ଦୁଇ ଚାରିଟି ସ୍ଥାନରେ ସରକାରୀ ଜମି ଜବର ଦଖଲ କରି ବେଆଇନ ଭାବେ ଘର ମଧ୍ୟ କରିଛନ୍ତି । ଯାହା ଅନ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.