ETV Bharat / state

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ ଘଟଣା, ସିନ ରିକ୍ରିଏଟ କଲା ପୋଲିସ

author img

By

Published : Mar 21, 2023, 7:55 AM IST

Updated : Mar 22, 2023, 12:54 PM IST

ପରକିୟା ପ୍ରତି ସନ୍ଦେହରେ ନେଲା ସ୍ତ୍ରୀର ଜୀବନ । ଠେଙ୍ଗାରେ ପିଟିପିଟି କଲା ହତ୍ୟା । ସିନ ରିକ୍ରିଏଟ କଲା ପୋଲିସ । ଅଧିକ ପଢ଼ନ୍ତୁ

ପରକିୟା ପ୍ରତି ସନ୍ଦେହରେ ନେଲା ସ୍ତ୍ରୀର ଜୀବନ
ପରକିୟା ପ୍ରତି ସନ୍ଦେହରେ ନେଲା ସ୍ତ୍ରୀର ଜୀବନ
husband murder his wife

ଫୁଲବାଣୀ: ସଇତାନ ସାଜିଲା ସ୍ବାମୀ । ପରକିୟା ପ୍ରୀତି ସନ୍ଦେହରେ ନେଲା ସ୍ତ୍ରୀର ଜୀବନ । ମଦ ପିଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କରିଥିଲା ହତ୍ୟା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା କେଳପଡା ପଞ୍ଚାୟତର କାୟାଲମ୍ବା ଗାଁରେ । ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ । ସ୍ତ୍ରୀର ପରପୁରୁଷ ସାଙ୍ଗରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କଲା କରିଛି ଅଭିଯୁକ୍ତ । ସେପଟେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏଟ କରିଛି ପୋଲିସ ।

ସୂଚନାନୁଯାୟୀ, ଗତ ୧୮ ତାରିଖରେ ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଂଚାୟତ କାୟାଲମ୍ବା ଗାଁର ସଦା ଶିବ ନାୟକ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ଠେଙ୍ଗାରେ ପିଟିପିଟି ମାରିଦେବା ପରେ କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ଠାରେ ଲୁଚି ରହିଥିଲା । ହତ୍ୟା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ପୋଲିସ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଥିଲା ।

ଏହା ବି ପଢ଼ନ୍ତୁ ପଛୁଆବର୍ଗଙ୍କ ଜନଗଣନା ନେଇ ସାମ୍ବାଦିକ ସମ୍ମିଳନୀ, ରାଜ୍ୟ ସରକାରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

ଅନ୍ୟପଟେ ଥାନା ଅଧିକାରୀ ତପନ କୁମାର ନାହାକ, ଏସଡିପିଓ ସାଇଣ୍ଟିଫିକ୍ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତି କରିଥିଲେ । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ଠେଙ୍ଗା ସହ ମୃତ ଦେହ ଜବତ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ । ତେବେ ତଦନ୍ତ କରିବା ସହ ଅଭିଯୁକ୍ତକୁ ପଚରାଉଚରା କରିବାରୁ ସେ ସ୍ତ୍ରୀ କୁ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ପରେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ପୋଲିସର ଉପସ୍ଥିତିରେ ସିନ ରିକ୍ରିଏଟ ମଧ୍ୟ କରାଯାଇଛି । ନିଜ ସ୍ତ୍ରୀକୁ କିଭଳି ହତ୍ୟା କରିଥିଲା ତାହା ଗୋଟିଗୋଟି କରି ଦେଖାଥିଲା ଅଭିଯୁକ୍ତ । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀର ବୟାନ ମଧ୍ୟ ପୋଲିସ ରେକର୍ଡ଼ କରିଛି ପୋଲିସ । ସ୍ତ୍ରୀର ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଫିରିଙ୍ଗିଆ ପୋଲିସ ଏହି ଘଟଣାରେ ୪୬/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ଥାନାରେ ଅଟକ ଥିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

Last Updated : Mar 22, 2023, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.