ETV Bharat / state

ପତ୍ନୀକୁ କିରୋସିନି ଢାଳି ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀ ଗିରଫ

କନ୍ଧମାଳ ଜିଲ୍ଲା ମଣ୍ଡାସର ଗାଁରେ ଗତ 4 ତାରିଖରେ ପତ୍ନୀକୁ କିରୋସିନ ଢାଳି ଜିଅନ୍ତା ଜାଳିବା ଉଦ୍ୟମରେ ସ୍ବାମୀ ପ୍ରମୋଦ ନାୟକକୁ ଗିରଫ କରିଛି ପୋଲିସ । ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି ।

author img

By

Published : Jun 12, 2019, 9:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳରେ ସ୍ତ୍ରୀକୁ କିରୋସିନ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ସ୍ବାମୀ ଗିରଫ । ଅଭିଯୁକ୍ତ ପ୍ରମୋଦ ନାୟକକୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁଯାୟୀ, ଗତ 4 ତାରିଖରେ ଅଞ୍ଜଳୀ ନାୟକଙ୍କୁ ସ୍ବାମୀ କିରୋସିନ ଢାଳି ଜୀଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ । ଗୁରୁତର ଭାବେ ଅଞ୍ଜଳୀଙ୍କୁ ଉଦ୍ଧାର କରି ପ୍ରଥମେ ରାଇକିଆ ମେଡିକାଲ ଏବଂ ପରେ ଫୁଲବାଣୀ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ମଙ୍ଗଳବାର ଅଞ୍ଜଳୀଙ୍କ ଭଉଣୀ ରୀନାଙ୍କ ଏତଲାକୁ ଭିତ୍ତି କରି ପୋଲିସ ବୟାନ ରେକର୍ଡ କରିବା ପରେ ପ୍ରମୋଦକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

ପ୍ରକାଶ ଯେ, ଗତ 14 ବର୍ଷ ପୂର୍ବେ ଉଭୟେ ପ୍ରେମ ବିବାହ କରିଥିଲେ । ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ପ୍ରମୋଦ ସବୁବେଳେ ଝଗଡା କରୁଥିଲେ । ତେବେ ଗତ 4 ତାରିଖ ଅପରାହ୍ନରେ ସ୍ତ୍ରୀକୁ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.