ETV Bharat / state

କନ୍ଧମାଳରୁ 20ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - ବିପୁଳ ପରିମାଣରେ ଗଞ୍ଜେଇ ଜବତ

କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ । ଏହାର ଅନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ....

Huge quantities of cannabis seized in kandhamal
ବିପୁଳ ପରିମାଣରେ ଗଞ୍ଜେଇ ଜବତ
author img

By

Published : Jun 9, 2020, 9:18 AM IST

ଫୁଲବାଣୀ: ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ୩୮୩ କେଜି ୫୫୦ଗ୍ରାମ ଜବତ କରିଛି । ଯାହାର ଅନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ବାଲିଗୁଡା ପୋଲିସ ଟିମ ପାଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତିରେ ମହାସିଂଙ୍ଗ ପୁରୁଣା ସାହି ଦେଇ ବଗାଡ ଆଡୁ ଏକ ଟ୍ରାକ୍ଟର ଆସୁଥିଲା । ପୋଲିସକୁ ଦେଖି ଟ୍ରାକ୍ଟର ଦୃତ ଗତିରେ ନୂଆଁଗା ଅଭିମୁଖେ ପଳାଉଥିବା ବେଳେ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରୁ ଗାଡିକୁ ପୋଲିସ ଅଟକାଇଥିଲା ।

ବିପୁଳ ପରିମାଣରେ ଗଞ୍ଜେଇ ଜବତ

ଗାଡିରୁ 15 ବସ୍ତା ଗଞ୍ଜେଇ ଜବତ କରିଥିଲା ପୋଲିସ । ତେବେ ଏହି ଘଟଣାରେ ପୋଲିସ ସଞ୍ଜିବ ଖଟୁଆକୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯିବ ବୋଲି ଏସଡିପିଓ କହିଛନ୍ତି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଘର ମହାସିଂଙ୍ଗ ପୁରୁଣା ସାହିରେ ବୋଲି ଜଣା ପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.