ଫୁଲବାଣୀ: ମାଓ ପ୍ରବଣ ଜିଲ୍ଲାରେ ବିପୁଳ ବିସ୍ଫୋରକ ଜବତ। ଲ୍ୟାଣ୍ଡ ମାଇନ୍ ପାଇଁ ବ୍ୟବହୃତ ବିପୁଳ ବିସ୍ଫୋରକ ଜବତ କରିଛି ପୁଲିସ। ଏହି ମାମଲାରେ କନ୍ଧମାଳ,ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ତିନି ଜଣଙ୍କୁ ଗିରଫ କରାଯାଇଛି । ୧୦୦ ଟି ଡିଟୋନେଟର ଓ ୯୮ଟି ଜିଲେଟିନ ଷ୍ଟିକ୍ ଜବତ କରିଛି ପୁଲିସ।
ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ । କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ନୁଆପଦର ପଞ୍ଚାୟତ ପେନାଗିରି ଅଞ୍ଚଳରେ ଚଢ଼ାଉ କରି ଏହି ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଜବତ ହୋଇଥିବା ବିସ୍ପୋରକ ସାମଗ୍ରୀ ମଧ୍ୟରେ ୧୦୦ ଟି ଡେଟନେଟର ,୯୮ ଟି ଜିଲାଟିନ୍ ଷ୍ଟିକ୍ ଜାହାର ଓଜନ ୧୨ କେଜି ୨୫୦ ଗ୍ରାମ ରହିଥିବା ପୋଲିସ ପକ୍ଷରୁ ସୂଚନା ଦେଇଥିବା ବେଳେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନା କାମ୍ବାପଦର ଗ୍ରାମ ର ମଙ୍ଗଳୁ କହଁର ( ୨୮), ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା କୁଲାଡ ଗ୍ରାମର ସଦାସିବ କାହ୍ନା,(୪୮) ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଜୁଲୁଣ୍ଡି ଗ୍ରାମ ର ପ୍ରଶାନ୍ତ ପ୍ରଧାନ ( ଦେବା) ବିସ୍ପୋରକ ସାମଗ୍ରୀ ଯୋଗାଇ ଦେଇ ଆସୁଥିଲା ।
ଖବର ପାଇ ଫିରିଙ୍ଗିଆ ଥାନା ଭାର ପ୍ରାପ୍ତ ଅଧିକାରୀ ରାଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହିତ ସଂପ୍ରୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି ।ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୪୪/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରାଓ ସୂଚନା ଦେଇଛନ୍ତି। ନକ୍ସଲ ସମ୍ପର୍କ ଦିଗକୁ ମଧ୍ୟ ତଦନ୍ତ କରୁଛି ପୋଲିସ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ