ETV Bharat / state

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ, ପୋଲିସକୁ ଦେଖି ଛୁ ମାରିଲେ ମାଫିଆ

author img

By

Published : Apr 1, 2022, 11:48 AM IST

ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ସଦର ପୋଲିସ । ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ପୋଲିସକୁ ଦେଖି ଛୁ ମାରିଲେ ଗଞ୍ଜେଇ ମଫିଆ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ସଦର ପୋଲିସ । ତେବେ ପୋଲିସକୁ ଦେଖି ଘଟଣାସ୍ଥଳରୁ ଛୁ ମାରିଲେ ଗଞ୍ଜେଇ ମାଫିଆ ।

ସୂଚନାଅନୁସାରେ, ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା କରୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ କନ୍ଧମାଳ ସବ ଇନ୍ସପେକ୍ଟର ସମ୍ବିତ ବେହେରାଙ୍କ ନେତୃତ୍ବରେ ଡୁଡୁକି ଗ୍ରାମପଂଚାୟତ ଅନ୍ତର୍ଗତ ଡ଼ବେରି ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଦୁଇ କୁଇଣ୍ଟାଲ ୧ କେଜି ଛଅ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।

ତେବେ ପୋଲିସକୁ ଦୂରରୁ ଦେଖି ଅଭିଯୁକ୍ତ ମାନେ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ । ସଦର ପୋଲିସ ଏନେଇ 48/22ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସଦର ଥାନା IIC ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.