ETV Bharat / state

ବିପୁଳ ପରିମାଣର ଗଞ୍ଜେଇ ଜବତ, 4 ଗିରଫ - ଗଞ୍ଜେଇ ଜବତ ଖବର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି । ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗଞ୍ଜେଇ ମାଫିଆ ଗିରଫ, ତିନି ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

heavy amount of ganja seize in phulbani
ବିପୁଳ ପରିଣାଣରେ ଗଞ୍ଜେଇ ଜବତ,4 ଗିରଫ
author img

By

Published : Feb 21, 2021, 10:40 PM IST

ଫୁଲବାଣୀ: ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗଞ୍ଜେଇ ମାଫିଆ ଗିରଫ, ତିନି ଅଭିଯୁକ୍ତ ଫେରାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି । ଡିମ୍ବିରିଗୁଡା ପଞ୍ଚାୟତ ମେଲୁପଡା ଠାରେ ଗଞ୍ଜେଇ ମାଫିଆ ମାନେ ବିପୁଳ ପରିମାଣର ଗଞ୍ଜେଇ ଅନ୍ୟ ଜିଲ୍ଲାକୁ ଚାଲାଣ କରିବା ବେଳେ ଧରିଛି ପୋଲିସ ।

ବିପୁଳ ପରିଣାଣରେ ଗଞ୍ଜେଇ ଜବତ,4 ଗିରଫ

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୌଣସି ସୂତ୍ରରୁ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ୧୧ କୁଇଣ୍ଟାଲ ୬ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାରି ଗଞ୍ଜେଇ ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ସକ୍ଷମ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ସମସ୍ତ ଗଞ୍ଜେଇ ମାଫିଆ ମାନେ ହେଲେ ମେଲୁପଡାର ବିଶ୍ବମ୍ବର କହଁର (୪୦) ଶ୍ରୀମନ୍ତ କହଁର (୨୩) ଦୀପକ କହଁର (୨୨) ଓ ରତ୍ନାକର କହଁର (୨୮) । ତେବେ ନାମେଶ୍ବର କହଁର ,କଣ୍ଠେଶ୍ବର କହଁର ଓ ନରେଶ କହଁର ଫେରାର ଥିବା ପୋଲିସ ସୂଚନା ଦେଇଛି।

ସେପଟେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଥାନା ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବୋଲି ଥାନାଧିକାରୀ କହିଛନ୍ତି । ଚଢ଼ାଉବେଳେ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଉପସ୍ଥିତ ଥିବା ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଓଜନ ଓ ଅନ୍ୟ ପ୍ରକ୍ରିୟା କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.