ETV Bharat / state

ପ୍ରଚାରରେ ପରମ୍ପରାର ଝଲକ: ଶଙ୍ଖକୁ ଭରସା ଶଙ୍ଖ-ଶଙ୍ଖୁଆ

ଆସିଛି ନିର୍ବାଚନୀ ଋତୁ । ଗାଁ ଠୁ ସହର ସବୁଠି ନିର୍ବାଚନୀ ତାତି । ଭୋଟରଙ୍କୁ ମୋହିବା ପାଇଁ ଗାଁ ଦାଣ୍ଡରେ ଚାଲି ବୁଲୁଛନ୍ତି ନେତାଏ । ତେବେ ଏପରି ପ୍ରଚାର ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଶଙ୍ଖ ଓ ଶଙ୍ଖୁଆ । ଆଗରେ ଆଗରେ ଶଙ୍ଖ ଧ୍ବନି ପଛରେ ନେତା ଜନତା । ନିର୍ବାଚନରେ ଶୁଭ ପାଇଁ ଏବଂ ଲୋକଙ୍କୁ ଆକୃଷ୍ଟ କରିବାକୁ ଚାରିଆଡେ ବାଜୁଛି ଶଙ୍ଖର ଶୁଭ ଧ୍ବନି । ତେବେ ବିଜୁ ଜନତା ଦଳର ନିର୍ବାଚନୀ ଚିହ୍ନ ଶଙ୍ଖ ହୋଇଥିବାରୁ ନିର୍ବାଚନୀ ପ୍ରଚାରରେ ଏକ ଅଭିନ୍ନ ଅଙ୍ଗ ହୋଇଛନ୍ତି ଶଙ୍ଖୁଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : Apr 15, 2019, 8:06 PM IST

ଫୁଲବାଣୀ: ପୂଜା ପାର୍ବଣ, ଯାନିଯାତ୍ରା ସହ ସବୁ ଶୁଭ କର୍ମରେ ବାଜି ଉଠେ ଶୁଭ ଶଙ୍ଖର ଧ୍ବନି । ଭଗବାନ ବିଷ୍ଣୁଙ୍କ ହସ୍ତରେ ବିରାଜମାନ ଚକ୍ର, ଗଦା ଅସ୍ତ୍ରର ପ୍ରତୀକ ହୋଇଥିବାବେଳେ ଶଙ୍ଖ ଶୁଭର ସଂକେତ ଓ ପଦ୍ମ ସୁନ୍ଦରର ସଙ୍କେତ ପ୍ରଦାନ କରେ । ଶଙ୍ଖ ଆମ ଓଡିଆ ପରମ୍ପରା ଜୀବନଶୈଳୀରେ ଏକ ଗୁରୁତ୍ବପୁର୍ଣ ଅଂଶ । ଶଙ୍ଖକୁ ନେଇ ବହୁ କଳାକାରଙ୍କ ସୃଷ୍ଟି । ଶଙ୍ଖ ବଜାଉଥିବା ଶଙ୍ଖୁଆଙ୍କ ଆବଶ୍ୟକତା ଯଥେଷ୍ଟ ଆମ ଜୀବନଶୈଳୀରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏହା ସହିତ ଯୋଡିଶଙ୍ଖ ପରମ୍ପରା ମଧ୍ୟ ସୃଷ୍ଟି ହୋଇଛି କେଉଁ ଅନାଦି କାଳରୁ । ରାଜନୈତିକ ଦଳଙ୍କ ଚିହ୍ନ ଶଙ୍ଖ ହେବା ପରେ ନିର୍ବାଚନୀ ପ୍ରଚାରରେ ଏକ ଅଭିନ୍ନ ଅଙ୍ଗ ହୋଇଛନ୍ତି ଶଙ୍ଖୁଆ । ପାରମ୍ପରିକ ଭାବେ ଶଙ୍ଖୁଆମାନେ ନିଜ ପେଟପାଟଣା କରି ଆସିଛନ୍ତି ଏହାରି ମାଧ୍ୟମରେ ।

ବର୍ତ୍ତମାନ ଏହି ନିର୍ବାଚନୀ ଋତୁରେ ଗାଁଠୁ ସହର ସବୁଠି ନିର୍ବାଚନୀ ତାତି । ଭୋଟରଙ୍କୁ ମୋହିବା ପାଇଁ ଗାଁ ଦାଣ୍ଡରେ ପାଦରେ ଚାଲି ବୁଲୁଛନ୍ତି ନେତା ପ୍ରାର୍ଥୀ । ନିଜ ସମର୍ଥକଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ଏପରି ପ୍ରଚାର ଯାତ୍ରାରେ ମଧ୍ୟ ଶଙ୍ଖୁଆ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ଶୁଭ ପାଇଁ ଏବଂ ଲୋକଙ୍କୁ ଆକୃଷ୍ଟ କରିବାକୁ ବାଜୁଛି ଶୁଭ ଶଙ୍ଖ । ତେବେ ବିଜୁ ଜନତା ଦଳର ନିର୍ବାଚନୀ ଚିହ୍ନ ହୋଇଥିବାରୁ ଉଭୟ କାମରେ ଆସୁଛି ଶଙ୍ଖୁଆଙ୍କ ଉପସ୍ଥିତି । ଘଣ୍ଟାଏ ଦୁଇଘଣ୍ଟା ରହିଲେ ମିଳିଯାଉଛି ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ।

ବର୍ତ୍ତମାନ ପରିସ୍ଥିତିରେ ବଡ ବଡ ନିର୍ବାଚନୀ ପ୍ରଚାର ଅବା ଶୋଭାଯାତ୍ରାରେ ଖୋଜାପଡୁଛି ଯୋଡିଶଙ୍ଖ କଳାକାରଙ୍କୁ । ସୁଦୂର ଗଞ୍ଜାମ ଜିଲ୍ଲାରୁ କନ୍ଧମାଳକୁ ଆସୁଛନ୍ତି ଏହି କଳାକାର ଗୋଷ୍ଠୀ । ଆଠରୁ ଦଶ ଜଣ ଅବା ପନ୍ଦର ଜଣ କଳାକାରଙ୍କ ଶଙ୍ଖନାଦରେ ଫାଟିପଡେ ଶୋଭାଯାତ୍ରା । ଜିଲ୍ଲାରେ ଏବେ ହାଇଭୋଲଟେଜ୍ ପ୍ରଚାର ଚାଲିଥିବାବେଳେ ଯୋଡିଶଙ୍ଖ କଳାକାରଙ୍କ ଡିମାଣ୍ଡ ମଧ୍ୟ ଯଥେଷ୍ଟ ହୋଇଯାଇଛି ।

ଏହି ସମୟରେ ଶଙ୍ଖୁଆମାନେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ କଳାକାରଙ୍କ ପେଟପାଟଣା ବଞ୍ଚିବା ସହିତ କଳା ମଧ୍ୟ ବଞ୍ଚିବା ଦରକାର ବୋଲି କହିଛନ୍ତି ସ୍ଥାନୀୟ ସାହିତ୍ୟିକ ତଥା ଗବେଷକ । ତେବେ ଶଙ୍ଖ, ଓଡିଆ ଜନଜୀବନର ଏକ ଅଭିନ୍ନ ଅଙ୍ଗ । ନିର୍ବାଚନୀ ପ୍ରଚାରରେ ଶଙ୍ଖୁଆଙ୍କ ଆବଶ୍ୟକତା ବଢେଇଦେଇଛି ଏହି କଳାକାରଙ୍କ ପେଟପାଟଣା ଓ କଳାର ସମ୍ମାନକୁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

sad

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.