ETV Bharat / state

ବଢୁଛି ବେପାର, ସକ୍ରିୟ ଗଞ୍ଜେଇ ବେପାରୀ: ପୁଣି 5 ଗିରଫ

ଗଞ୍ଜେଇ ଚାଲାଣ କରି କନ୍ଧମାଳରୁ ଗିରଫ ହେଲେ 5 । ଜିଲ୍ଲାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ପୋଲିସ କାର ସହ ଗଞ୍ଜେଇ ଜବତ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ
author img

By

Published : Oct 6, 2019, 11:35 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାବେଳେ ବାଲିଗୁଡା ପୋଲିସ ଗଞ୍ଜେଇ ଜବତ କରିଛି । ପଶ୍ଚିମବଙ୍ଗ ମୁର୍ସିଦାବାଦର ଚାରି ଜଣ ହୋଇଥିବା ବେଳେ କନ୍ଧମାଳର ଜଣକୁ ଏହି ଚାଲାଣ ବେଳେ ଧରିଛି ପୋଲିସ ।

କନ୍ଧମାଳରୁ ଗଞ୍ଜେଇ ଚାଲାଣ

ବାଲିଗୁଡା ପରମପାଙ୍ଗାରୁ ଗଞ୍ଜେଇ ନେଇ ଯାଉଥିବା ବେଳେ ବାଲିଗୁଡା ଛକରେ ପୋଲିସ ଯାଞ୍ଚ ପାଇଁ ଅଟକାଇବା ବେଳେ ନ ଅଟକି ଦ୍ରୁତ ଗତିରେ ଗାଡିଟି ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ଗାଡିକୁ ପିଛା କରି 62 କିଲୋଗ୍ରାମ ଓଜନ ଗଞ୍ଜେଇ ସହ କାରକୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମୁର୍ସିଦାବାଦର କାଶେମ ଶେଖ୍, କାଜଦାର ଶେଖ୍, ମିଥୁନ୍ ଶେଖ, ପିକୁଲୁ ବିଶ୍ବାସ ଏବଂ କନ୍ଧମାଳ କୁର୍ତମଗଡର ମଦନ ଦିଗାଲ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି ।

ସେମାନଙ୍କ ନାଁରେ ବାଲିଗୁଡା ଥାନାରେ 130/2019 ମାମଲା ରୁଜୁ କରାଯାଇଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ବାଲିଗୁଡା ପୋଲିସ ଗଞ୍ଜେଇ ଜବତ କରିଛି। କୋଲକାତା ମୁର୍ସିଦାବାଦର ଚାରି ଜଣ ହୋଇଥିବା ବେଳେ କନ୍ଧମାଳର ଜଣକୁ ଏହି ଚାଲାଣ ବେଳେ ଧରିଛି ପୋଲିସ ।Body:ବାଲିଗୁଡା ପରମପାଙ୍ଗାରୁ ଗଞ୍ଜେଇ ନେଇ ଯାଉଥିବା ବେଳେ ବାଲିଗୁଡା ଛକରେ ପୋଲିସ ଯାଞ୍ଚ ପାଇଁ ଅଟକାଇବା ବେଳେ ନ ଅଟକି ଦ୍ରୁତ ଗତିରେ ପଳେଇ ଯାଇଥିଲା।ପରେ ପୋଲିସ ଗୋଡାଇ ଧରିଥିଲା ଏବଂ 62 କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ ଓ କାର କୁ ମଧ୍ୟ ଜବତ କରିଛି । ଗିରଫ ମାନେ ହେଲେ କୋଲକାତା ମୁର୍ସିଦାବାଦ କାଶେମ ଶେଖ୍, କାଜଦାର ଶେଖ୍,ମିଥୁନ୍ ଶେଖ,ପିକୁଲୁ ବିଶ୍ୱାସ ଏବଂ କନ୍ଧମାଳ କୁର୍ତମଗଡର ମଦନ ଦିଗାଲ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ।Conclusion:ଥାନାରେ 130/2019ର ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.