ETV Bharat / state

Phulbani District Hospital: ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ - ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ବିସ୍ଫୋରଣ

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ କେହି ମୃତାହତ ହୋଇ ନଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Phulbani District Hospital : ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ

author img

By

Published : Nov 25, 2021, 4:24 PM IST

ଫୁଲବାଣୀ : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ(phulbani dist hospital)ର ମହିଳା ଓ ଶିଶୁ ୱାର୍ଡରେ ବିସ୍ଫୋରଣ । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ କେହି ମୃତାହତ ହୋଇ ନାହାଁନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ମହିଳା ଶିଶୁ ୱାର୍ଡରେ ବ୍ୟାଟେରୀ ଟ୍ରାନ୍ସଫର୍ମରରୁ ବିସ୍ଫୋରଣ ହୋଇଥିଲା ।

Phulbani District Hospital : ମହିଳା ଶିଶୁ ୱାର୍ଡରେ ବିସ୍ଫୋରଣ

ଫଳରେ ରୋଗୀ ଓ ସମ୍ପର୍କୀୟ ବୋମା ଫୁଟିଥିବା ଆଶଙ୍କା କରି ଡାକ୍ତରଖାନାର ଉପର ମହଲାରୁ ତଳ ମହଲାକୁ ଦୌଡ଼ି ପଳାଇ ଆସିଥିଲେ । ନବଜାତ ଶିଶୁକୁ ଧରି ମେଡିକାଲ ବାହାରେ ଏଣେତେଣେ ଦୌଡିବାକୁ ଲାଗିଥିଲେ ମହିଳା । ଏହି ଦୁର୍ଘଟଣାରେ କେହି କିଛି ହୋଇନଥିବା ସୂଚନା ମିଳିଛି । ଏତେ ବଡ ଧରଣର ବିସ୍ଫୋରଣ ଘଟିଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.