ETV Bharat / state

କନ୍ଧମାଳରେ 2 ଦିନରେ 28 କୋଟିର ଗଞ୍ଜେଇ ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Nov 5, 2021, 10:28 AM IST

କନ୍ଧମାଳରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଆରମ୍ଭ । ଦୁଇଦିନରେ 284 ଏକର ଜମିରୁ 28 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଷ ନଷ୍ଟ । ଅଧିକ ପଢନ୍ତୁ...

ନିପାତ ହେବ ଗଞ୍ଜେଇ ଚାଷ, 2 ଦିନରେ 28 କୋଟିର ଗଞ୍ଜେଇ ନଷ୍ଟ କଲା ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଦୁଇଦିନରେ 284 ଏକର ଜମିରୁ 28 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବେଆଇନ ଗଞ୍ଜେଇ ଗଛକାଟି ସଫା କରିଛି ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ।

ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ୍ ଗୋଛାପଡା ଥାନା ପଲାବୃଡି ପଞ୍ଚାୟତର ରାଣୀମିଲକା, ଆଟାଶ୍ରାମ୍ଭୁ, ବାଲି ପଦର ଅଞ୍ଚଳରୁ ପ୍ରଥମ ଦିନରେ ବେଆଇନ ଭାବେ ଲଗା ଯାଇଥିବା 133 ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ଯ 13 କୋଟିରୁ ଊର୍ଦ୍ଧ୍ୱ ହେବ । ସେହିପରି ଦ୍ଵିତୀୟ ଦିନରେ ଗୋଛାପଡା ପଞ୍ଚାୟତର ଲୁହୁରା ସାହି, ଡେରାକୁମ୍ପା, କାଡିପାରି, ପୁରେ ପଦର ଆଦି ଅଞ୍ଚଳରୁ 151 ଏକର ଜମିରୁ 15 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡିନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ ।

ପ୍ରଥମ ଦିନରେ 20 ଗୃହରକ୍ଷୀ, 25 ଜଣ ଶ୍ରମିକ, ଗୋଟିଏ ପ୍ଲାଟୁନ ଡିବିଏଫ ନିୟୋଜିତ ଥିବାବେଳେ ଦ୍ଵିତୀୟ ଦିନରେ 2 ପ୍ଲାଟୁନ ପୋଲିସ, 1 ପ୍ଲାଟୁନ ସିଆରପିଏଫ, 1 ପ୍ଲାଟୁନ ଡିବିଏଫ 150 ଜଣ ଅବକାରୀ ଓ ପୋଲିସ ବିଭାଗର ଅଫିସର ନିୟୋଜିତ ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.