ETV Bharat / state

ପଣ୍ଡ ହେଲା ଚୋରା ଗଞ୍ଜେଇ ଓ ମଦ କାରବାର, 7 ଗିରଫ

author img

By

Published : Mar 22, 2021, 9:26 AM IST

କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଚଢାଉ କରି ଗଞ୍ଜେଇ ଓ ମଦ ଜବତ କରିବା ସହ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ପଣ୍ଡ ହେଲା ଚୋରା ଗଞ୍ଜେଇ ଓ ମଦ କାରବାର
ପଣ୍ଡ ହେଲା ଚୋରା ଗଞ୍ଜେଇ ଓ ମଦ କାରବାର

ଫୁଲବାଣୀ: ଚୋରା ମଦ ଓ ଗଞ୍ଜେଇ କାରବାର କରି ପୋଲିସ ପଞ୍ଝାରେ ସାତ ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଚଢାଉ କରି ଗଞ୍ଜେଇ ଓ ମଦ ଜବତ କରିବା ସହ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପଣ୍ଡ ହେଲା ଚୋରା ଗଞ୍ଜେଇ ଓ ମଦ କାରବାର

ସୂଚନାଅନୁଯାୟୀ, ଜିଲ୍ଲାରେ ମଦ ଓ ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କରିବାକୁ ଗୁଦାରି ଛକ ନିକଟରେ ଏକ ମୋଟର ସାଇକେଲ, କଇଁଝର ଛକ ନିକଟରେ ଆଲ୍ଟକାର, ନର୍ସରୀ ଛକ ନିକଟରେ ଏକ ସ୍କର୍ପିଓ ଉପରେ ଚଢ଼ାଉ କରିଥିଲା ।

ଚଢାଉରେ 47 କିଲୋ 200ଗ୍ରାମର ଗଞ୍ଜେଇ ଜବତ କରିବା ସହିତ ଘଟଣାରେ 6 ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଏହା ସହିତ ଖଜୁରୀପଡ଼ାରୁ ଏକ ବସରେ ମହୁଲି ମଦ ନେ଼ଇ ଯାଉଥିବା ପିରିକୁଡି ଅଞ୍ଚଳର ମୋହନ ବେହେରାକୁ ଗିରଫ କରି ତା ନିକଟରୁ 30 ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ।

ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ବେହେରା, ସାମନ୍ତ ଚନ୍ଦ୍ର କାମ୍ପ , ତନୁ କର୍ଣ୍ଣ, କଇଁଝର ଅଞ୍ଚଳର ଜୋସେଫ ଦିଗାଲ ,ସଚିନ ଦିଗାଲ, ପ୍ରାଙ୍କଲିନ ଦିଗାଲ ଓ ମୋହନ ବେହେରା । ଉଭୟ ଘଟଣାରେ ସଂପୃକ୍ତ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.