ETV Bharat / state

ନାକା ପୋଷ୍ଟରେ କେମିତି ଚାଲିଛି ଚେକିଂ, ଇଟିଭି ଭାରତର ରିୟାଲିଟି ଚେକ୍

author img

By

Published : Jul 16, 2020, 1:10 PM IST

ମହାମାରୀ କୋରୋନା ପାଇଁ ବିଭିନ୍ନ କଟକଣା ଜାରି ରହିଛି। କନ୍ଧମାଳ ଜିଲ୍ଲାର ପଡୋଶୀ ଜିଲା ଗଞ୍ଜାମ, ନୟାଗଡ ଜିଲ୍ଲା ହଟସ୍ପଟରେ ଥିବାବେଳେ ଜିଲ୍ଲାର ସୀମା ସିଲ କରାଯାଇଛି। ଜିଲ୍ଲାରେ 5ଟି ସୀମା ନାକା ପୋଷ୍ଟ କରାଯାଇଛି। ଦେଖନ୍ତୁ ଇଟିଭି ଭାରତର ରିୟାଲିଟି ଚେକ୍...

କୋରୋନା ଗାଇଡଲାଇନକୁ ଫୁ, ଇଟିଭି ଭାରତର ରିୟାଲିଟି ଚେକ୍

ଫୁଲବାଣୀ: ମହାମାରୀ କୋରୋନା ପାଇଁ ବିଭିନ୍ନ କଟକଣା ଜାରି ରହିଛି । କନ୍ଧମାଳ ଜିଲ୍ଲାର ପଡୋଶୀ ଜିଲା ଗଞ୍ଜାମ, ନୟାଗଡ ଜିଲ୍ଲା ହଟସ୍ପଟରେ ଥିବାବେଳେ ଜିଲ୍ଲାର ସୀମା ସିଲ କରାଯାଇଛି। ଜିଲ୍ଲାରେ 5ଟି ସୀମା ନାକା ପୋଷ୍ଟ କରାଯାଇଛି। କାହାରିକୁ ବାହାରୁ ଆସିବାକୁ ଅନୁମତି ଦିଆଯାଉନାହିଁ। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଉଛି।

କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଜିଲ୍ଲାର ଖଜୁରିପଡା ନାକା ପୋଷ୍ଟରେ ଇଟିଭି ଟିମ ପହଞ୍ଚି ସ୍ଥିତି ପରଖିଥିଲା । ସରକାରୀ ନିର୍ଦ୍ଦେଶ ଓ ପାଳନ ସମ୍ପୂର୍ଣ୍ଣ ଓଲଟା ଏଠି। ସବୁ ଏଠି ଖୋଲାମେଲା ପଡିଛି। ଜିଲ୍ଲାକୁ ଚାରି ଦିଗରୁ ଘେରି ରହିଛନ୍ତି ବିଭିନ୍ନ ଜିଲ୍ଲା। ଅନ୍ୟ ଜିଲ୍ଲାର ହଟସ୍ପଟ ଅଞ୍ଚଳରୁ କନ୍ଧମାଳକୁ ଲୋକଙ୍କୁ ଆସିବା ମନା କରିଛି ପ୍ରଶାସନ। ସେଥିପାଇଁ ଜିଲ୍ଲାର 5ଟି ସ୍ଥାନରେ ନାକା ଚେକ୍ ପୋଷ୍ଟ କରାଯାଇଛି।

ଗାଡି ମଟର ଯାଞ୍ଚ କଡାକଡି ନିର୍ଦ୍ଦେଶ ରହିଛି। କିନ୍ତୁ ଖଜୁରିପଡା ବ୍ଲକ ଶେଷ ମୁଣ୍ଡରେ ଫୁଲବାଣୀ ଭୁବନେଶ୍ବର ରାସ୍ତାରେ ଥିବା ନାକା ପୋଷ୍ଟରେ ବିଚିତ୍ର ବ୍ୟବସ୍ଥା। ଖୋଲାଖୋଲି ଗାଡିମୋଟର ଯିବା ଆସିବା କରୁଛି। କେବଳ ଗାଡି ନାଁ ଓ ନମ୍ବର ଟିପି ଦେଲେ କାମ ଶେଷ। ଏହି କଟକଣାର ମାନେ କଣ ? ସେହିପରି ପାଲ ଖଣ୍ଡେ ଭିଡି ଚାଲିଛି ଏହି ନାକା। ଭୀଷଣ ବର୍ଷାରେ ଭିଜୁଛନ୍ତି କର୍ମଚାରୀ। ଏମିତି ନାନା ଅବ୍ୟବସ୍ଥା ଚାଲିଛି ଏହି ନାକା ପୋଷ୍ଟରେ। କର୍ମଚାରୀ କେବଳ 2 ଜଣ ।

ପୋଲିସ କର୍ମଚାରୀ ଜଣେ। କିଛି ସୁରକ୍ଷା ଉପକରଣ ମଧ୍ୟ ଦିଆଯାଇନାହିଁ। କର୍ମଚାରୀ ମଧ୍ୟ ସେଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି।

ଜିଲ୍ଲାର ତୁମୁଡିବନ୍ଧ,କୋଟଗଡ,କଳିଙ୍ଗା,ଦାରିଙ୍ଗବାଡି,ଖଜୁରିପଡାରେ ଏପରି ନାକା ଯାଞ୍ଚ ପୋଷ୍ଟ କରି ଜିଲ୍ଲାକୁ ସିଲ କରିବା ସହିତ କୋରୋନା ହଟସ୍ପଟ ଅଞ୍ଚଳର ଲୋକଙ୍କ ଚଳପ୍ରଚଳ କଟକଣା ଏକ ପ୍ରହସନରେ ପରିଣତ ହୋଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.