ETV Bharat / state

ETV Bharat Impact: ମୁଣ୍ଡ ନେଉଛି କିଡନୀ ରୋଗ, ଖବର ପ୍ରସାରଣ ପରେ ପ୍ରତ୍ୟେକ ଘରୁ ରକ୍ତ ନମୂନା ସଂଗ୍ରହ ଆରମ୍ଭ - କନ୍ଧମାଳ ଜିଲ୍ଲା ରାଣୀ ପଥର ଗ୍ରାମ

କନ୍ଧମାଳ ଜିଲ୍ଲା ରାଣୀ ପଥର ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ବିଷୟରେ ଇଟିଭି ଭାରତରେ ବୁଧବାର ଖବର ପ୍ରସାରଣ ହେବା ପରେ ତତ୍ପର ଜିଲ୍ଲା ପ୍ରଶାସନ । ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମକୁ ଯାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ, ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମର ଅନ୍ୟ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ

ETV Bharat Impact : ଖବର ପ୍ରସାରଣ ପରେ ପ୍ରତ୍ୟେକ ଘରୁ ହେବ ରକ୍ତ ନମୂନା ସଂଗ୍ରହ

author img

By

Published : Oct 28, 2022, 4:25 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଣୀପଥର ଗ୍ରାମରେ କିଡ୍‌ନୀ ରୋଗ ବଢ଼ିବା ଘଟଣା । “କିଡିନି ରୋଗରେ ଗଲାଣି ୧୦ ରୁ ଅଧିକ ମୁଣ୍ଡ , ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା" ସମ୍ପର୍କିତ ଏକ ଖବର ଇଟିଭି ଭାରତରେ ବୁଧବାର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି ।

ଗୁରୁବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମକୁ ଯାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ, ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମର ଅନ୍ୟ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି । କେଉଁ ପରିସ୍ଥିତିରେ ଏହି ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି, ତାହାର କାରଣ ଖୋଜିବା ଆରମ୍ଭ କରିଛି ଏହି ଟିମ୍ । ଆଉ ଦୁଇ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ । ଏହାପରେ ରିପୋର୍ଟକୁ ଆଧାର କରି କାରଣ ଖୋଜାଯିବ ବୋଲି ଟିମ୍ ପ୍ରକାଶ କରିଛି ।

ETV Bharat Impact : ଖବର ପ୍ରସାରଣ ପରେ ପ୍ରତ୍ୟେକ ଘରୁ ହେବ ରକ୍ତ ନମୂନା ସଂଗ୍ରହ

ଗ୍ରାମରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବା ସଂକ୍ରାନ୍ତରେ ପ୍ରଶାସନ ପାଖରେ ରୋଗୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ହେଲେ ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିଲା । କିନ୍ତୁ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଗୁରୁବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ୍ ଏବଂ ଖଜୁରୀପଡା ମେଡିକାଲର ଆଉ ଗୋଟିଏ ଟିମ୍ ଗ୍ରାମରେ ପହଞ୍ଚି ଥିଲେ । ସେମାନେ ପ୍ରଥମେ ଆକ୍ରାନ୍ତ ଥିବା ପ୍ରମୋଦ ବେହେରାଙ୍କ ଘରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ ।

ଏହାବି ପଢନ୍ତୁ- ଅଭିଶପ୍ତ ଗାଁ: କିଡନୀ ରୋଗରେ ଗଲାଣି ୧୦ରୁ ଅଧିକ ମୁଣ୍ଡ, ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରମୋଦଙ୍କୁ ରୋଗ ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ପ୍ରମୋଦଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପଡୋଶୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ରୋଗରେ ଆକ୍ରାନ୍ତ ଥିବା ଟୁକୁନା ବେହେରା, ବିଜୁ ବେହେରାଙ୍କ ଘରକୁ ଯାଇ କାରଣ ଖୋଜିଥିଲେ । ସେମାନେ କିପରି ପୀଡିତ ହେଲେ, ସେମାନଙ୍କ ଦିନଚର୍ଯ୍ୟା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ପଚାରି ବୁଝିଥିଲେ । ବିଶେଷ କରି ଉଚ୍ଚ ରକ୍ତ ଚାପ ଥିଲେ ତାହା କିଡ୍‌ନୀ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କ ସମେତ ପରିବାର ଏବଂ ପଡୋଶୀଙ୍କ ପରୀକ୍ଷା କରିଥିଲେ । ଏବେ ଟିମ୍ ଅନ୍ୟାନ୍ୟ ଦିଗକୁ ନେଇ ମଧ୍ୟ ବିଶ୍ଲେଷଣ କରୁଛି । ସେହିପରି ଲୋକ ପିଉଥିବା ପାନୀୟ ଜଳ ନମୂନା ମଧ୍ୟ ସଂଗ୍ରହ କରାଯାଇଛି ।

ଆସନ୍ତା ଦୁଇ ଦିନ ଧରି ଗ୍ରାମର ପ୍ରତ୍ୟେକ ଘରେ ଥିବା ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯିବାକୁ ଟିମ୍ ସ୍ଥିର କରିଛି । ଟିମ୍ ନେତୃତ୍ବ ନେଇଥିବା ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ପାତ୍ର କହିଛନ୍ତି, "ଯେଉଁମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ପ୍ରଥମେ ଆମେ ସେମାନଙ୍କ ପରିବାରକୁ ଗୁରୁତ୍ବ ଦେଇଛୁ । ଆମେ ଯେଉଁ ଟିମ୍ ଗଠନ କରିଛୁ ସେମାନେ ଗ୍ରାମର ପ୍ରତ୍ୟେକ ଘରକୁ ଯିବେ ।"

ଯେଉଁମାନେ ୩୦ ବର୍ଷରୁ ଅଧିକ ଅଛନ୍ତି, ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରିବେ । ଉଚ୍ଚ ରକ୍ତ ଚାପ ଏବଂ ମଧୁମେହ ଥିଲେ ସାଧାରଣତଃ ଏହି ରୋଗ ଦେଖା ଦେଇଥାଏ । ଖାଲି ଏତିକି ନୁହେଁ ଆମେ ଅନ୍ୟାନ୍ୟ ଦିଗ ଯଥା ପାନୀୟ ଜଳ, କୃଷି ଗତ କାର୍ଯ୍ୟକୁ ମଧ୍ୟ ତର୍ଜମା କରୁଛୁ ବୋଲି ସେ କହିଛନ୍ତି । ତେବେ ବିଶେଷ କରି କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ (ସାର) ପ୍ରୟୋଗ ପାଇଁ କିଛି ନିୟମ ରହିଛି । ମୁହଁରେ ମାସ୍କ, ହାତରେ ଗ୍ଲୋବସ୍ ଲଗାଇ ଏସବୁ କାର୍ଯ୍ୟ କରାଯିବା ଉଚିତ । ଯଦି ସେପରି ହେଉ ନ ଥିବ ତାହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଆମେ ଅନୁମାନ କରୁଛୁ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । କିନ୍ତୁ କିଛି ସ୍ପଷ୍ଟ ଏବେ କହି ହେବ ନାହିଁ । ସବୁ ଦିଗରୁ ତଦନ୍ତ କରିବା ସହିତ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶରେ ରହି ଔଷଧ ଖାଇବେ ବୋଲି କହିଛନ୍ତି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ।

ତେବେ ସୁଚନାଯୋଗ୍ୟ ରାଣୀପଥର ଗାଁରେ ୬ରୁ ଊର୍ଦ୍ଧ୍ବ କିଡିନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ଏବେ ମଧ୍ୟ ବହୁ ରୋଗୀ ଏଥିରେ ଆକ୍ରାନ୍ତ ଅଛନ୍ତି । ବିଶେଷ କରି ଯୁବକମାନେ ଏଥିରେ ଆକ୍ରାନ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ନୌରାଶ୍ୟ ଭାବନା ଦେଖାଦେଇଛି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.