ETV Bharat / state

ବାତ୍ୟା ଜୱାଦକୁ ନେଇ କନ୍ଧମାଳ ପ୍ରଶାସନର ଜରୁରୀକାଳୀନ ବୈଠକ - ଜୱାଦକୁ ନେଇ କନ୍ଧମାଳ ପ୍ରଶାସନର ବୈଠକ

ଆସୁଛି ଜଓ୍ବାଦ । ଯାହାକୁ ନେଇ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଛି। ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଭର୍ଚ୍ଚୁଆଲି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବାତ୍ୟା ଜୱାଦକୁ ନେଇ କନ୍ଧମାଳ ପ୍ରଶାସନର ଜରୁରୀକାଳୀନ ବୈଠକ
ବାତ୍ୟା ଜୱାଦକୁ ନେଇ କନ୍ଧମାଳ ପ୍ରଶାସନର ଜରୁରୀକାଳୀନ ବୈଠକ
author img

By

Published : Dec 2, 2021, 7:47 PM IST

ଫୁଲବାଣୀ: ଆସୁଛି ଜଓ୍ବାଦ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ "ବାତ୍ୟା" ରୂପ ନେଇପାରେ। ଯାହାକୁ ନେଇ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଛି। ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଭର୍ଚ୍ଚୁଆଲି ଅନୁଷ୍ଠିତ ହୋଇଛି।

ବାତ୍ୟା ଜୱାଦକୁ ନେଇ କନ୍ଧମାଳ ପ୍ରଶାସନର ଜରୁରୀକାଳୀନ ବୈଠକ

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଓ ଆପାତ କାଳୀନ ଅଧିକାରୀ ପ୍ରଦ୍ଯୁମ୍ନ ମଣ୍ଡଳ ସହିତ ଜିଲା ଓ ବ୍ଲକ ସ୍ତରର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ପରିସ୍ଥିତିରେ ଲୋକଙ୍କକୁ ସ୍ଥାନାନ୍ତରିତ, ରାସ୍ତା ଅବରୋଧ ଥିଲେ । ତୁରନ୍ତ ସଫା କରବା ଓ ଲୋକଙ୍କୁ ଜରୁରୀକାଳିନ ସେବା କିପରି ଯୋଗାଇ ଦିଆଯିବା ସେ ନେଇ ସମସ୍ତ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସୂଚନା ସୂଚନା ଦିଆଯାଉଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.