ETV Bharat / state

ସାଙ୍ଗ ସାଜିଲା ସଇତାନ: ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ନିର୍ମମ ହତ୍ୟା - କନ୍ଧମାଳ ଖବର

ସାଙ୍ଗ ହୋଇ ମଦ ପିଇଲେ ଆଉ ମାତାଲ ହୋଇ ସାମାନ୍ୟ ବଚସାରେ ହିତାହିତ ଜ୍ଞାନ ଭୁଲିଗଲେ। ଜଣେ ସାଙ୍ଗ ଅନ୍ୟ ଜଣଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଦେଲା। ଅଧିକ ପଢ଼ନ୍ତୁ

Man killed friend
୫ଶହ ଟଙ୍କା ପାଇଁ ନେଲା ବନ୍ଧୁର ଜୀବନ
author img

By

Published : Jan 12, 2023, 8:18 PM IST

ଫୁଲବାଣୀ : ବନ୍ଧୁ ସାଜିଲା ସଇତାନ । ମଦ ନିଶାରେ ୫ଶହ ଟଙ୍କା ପାଇଁ ବନ୍ଧୁର ଜୀବନ ନେଲା ଯୁବକ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡଟି ସାରଙ୍ଗଡ଼ ଏସବିଆଇ ଏଟିଏମ ନିକଟରେ ଘଟିଛି । ଦୁଇ ଜଣ ସାଙ୍ଗ ହୋଇ ମଦ ପିଇବାପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଜଣେ ଯୁବକ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲି ଅଭିଯୁକ୍ତ ମନୋଜ ପୂଜାରୀ ଓରଫ ଉଲୁକୁ ପୁଲିସ ଅଟକ ରଖିଛି। ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତି ସାରଙ୍ଗଡ ପୁରୁଣା ସାହିର ଦୁଇଜଣ ସାଙ୍ଗ ମନୋଜ ଓ ଜିତେନ୍ଦ୍ର ଭୋଜି ଭାତ କରିବା ପାଇଁ ବାହାରକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ରରୂପ ଧରିବା ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପରେ ରାତି ପ୍ରାୟ ୧୦ଟା ବେଳେ ଦୁଇ ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିଲେ ।

ମଦ ପିଇ ମାତାଲ୍ ହେବାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ମନୋଜ ଜିତେନ୍ଦ୍ର ପୁଜାରୀଙ୍କ ମୁଣ୍ଡକୁ ଏକ ପଥରର ଛେଚି ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହାସହ ସାରଙ୍ଗଡ଼ ଥାନା ପୁରୁଣା ସାହିର ଅଭିଯୁକ୍ତ ମନୋଜ ପୂଜାରୀ ଓରଫ୍ ଉଲୁକୁ ଥାନାରେ ଅଟକ ରଖି ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢ଼ନ୍ତୁ. କାହିଁକି ଶୀତଋୁତରେ ହୃଦୟ-ମସ୍ତିଷ୍କ ଆଘାତ ଅଧିକ ହୁଏ, ଖୁଲାସା କଲେ ବିଶେଷଜ୍ଞ

ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ସାରଙ୍ଗଡ଼ ଥାନା ପୁରୁଣା ସାହିର ଜିତେନ୍ଦ୍ର ପୁଜାରୀ ବୋଲି ଜଣାପଡ଼ିଛି । ଘଟଣାର ଅଧିକ ତଦନ୍ତ ପାଇଁ ଜି.ଉଦୟଗିରି SDPO ଟିଡ଼ିଆର ପଟ୍ଟନାୟକ, ସାରଙ୍ଗଡ଼ ଥାନାଧିକାରୀ ବଧୁୁଲିକା ବିଶ୍ୱାଳ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି । ସାରଙ୍ଗଡ଼ ଥାନା ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପଠାଇଛନ୍ତି । ଏହାସହ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚରେ ଏକ ଭୟର ବାତାବରଣ ଖେଳି ଯାଇଛି । ସେପେଟେ ମୃତକଙ୍କ ପରିବାର ଲୋକେ ପୁଅକୁ ହରାଇ ମୁଣ୍ଡ ପିଟି କାନ୍ଦୁଛନ୍ତି ।

ଗ୍ରାମବାସୀ ମଧ୍ୟ ଏହାକୁ ନେଇ ଅଭିଯୁକ୍ତକୁ କୋଠୋରରୁ କୋଠୋର ଦଣ୍ଡ ଦେବାକୁ କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ପଚରାଉଚରା ବି କରୁଛି। କେଉଁ କାରଣରୁ ଅଭିଯୁକ୍ତ ଏଭଳି ଘଟଣା ଘଟାଇଲା ତାହା ଏବେ ଯାଏଁ ଜଣାପଡ଼ିନି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.