ETV Bharat / state

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ

author img

By

Published : Mar 5, 2020, 11:02 PM IST

ଫୁଲବାଣୀରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଲୋକଙ୍କ ସହିତ ଉତ୍ତମ ଆଚରଣ ଏବଂ ସମସ୍ୟାର ସମାଧାନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ...

district-level-panchayatiraj-divas-at-phulbani
ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଲୋକଙ୍କ ସହିତ ଉତ୍ତମ ଆଚରଣ ଏବଂ ସମସ୍ୟାର ସମାଧାନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଫୁଲବାଣୀର ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଜିଲ୍ଲାପାଳ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ସଭ୍ୟାସଭ୍ୟ ଯୋଗଦେଇଥିଲେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ 166 ଜଣଙ୍କୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।

ମହିଳାଙ୍କୁ ନ୍ୟାୟ ପ୍ରଦାନ, ଗରିବ ଏବଂ ସଠିକ ହିତାଧିକାରୀଙ୍କୁ ଉଚିତ ସହାୟତା ନେଇ ପ୍ରଶାସନ ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ । ସରକାର ମହିଳାଙ୍କ ଉନ୍ନୟନ ପାଇଁ ସବୁ କ୍ଷେତ୍ରରେ ସୁଯୋଗ ପ୍ରଦାନ କରୁଛନ୍ତି ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.