ETV Bharat / state

ଗାଁକୁ ନାହିଁ ରାସ୍ତା: ଚିକିତ୍ସା ପାଇଁ ଖଟିଆରେ ବୁହା ହେଲେ ରୋଗୀ, ମୃତଦେହ ହୋଇ କାନ୍ଧରେ ଫେରିଲେ

author img

By

Published : Nov 16, 2022, 5:40 PM IST

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ରୋଗୀଙ୍କୁ ଦୋଳାରେ ବୋହି ପାହାଡ ପର୍ବତ ଡେଇଁ ଡାକ୍ତରଖାନା ନେଲେ ଗ୍ରାମବାସୀ । ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ମୃତଦେହକୁ କାନ୍ଧରେ ବୋହି ନଦୀ ନାଳ ପାର ହୋଇ ଗାଁକୁ ଫେରିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ରାସ୍ତା: ଚିକିତ୍ସା ପାଇଁ କାନ୍ଧରେ ବୁହା ହେଲେ ରୋଗୀ, ମୃତଦେହ କାନ୍ଧରେ ବୋହି ଫେରିଲେ ଘରଲୋକେ

ଫୁଲବାଣୀ: ଗାଁକୁ ନା ଅଛି ରାସ୍ତା ନା ଅଛି କୌଣସି ଯୋଗାଯୋଗର ବ୍ୟବସ୍ଥା । ଲୋକଙ୍କ ଅସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ସେଥିପାଇଁ ରୋଗୀଙ୍କୁ ଦୋଳାରେ ବୋହି ପାହାଡ ପର୍ବତ ଡେଇଁ ଡାକ୍ତରଖାନା ନେଲେ ଗ୍ରାମବାସୀ । ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ମୃତଦେହକୁ କାନ୍ଧରେ ବୋହି ନଦୀ ନାଳ ପାର ହୋଇ ଗାଁକୁ ଫେରିଲେ । ଦେଶ ସ୍ବାଧିନତାର ୭୫ ବର୍ଷ ପରେ ମଧ୍ୟ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଞ୍ଚାୟତରେ ।

ସୂଚନା ଅନୁସାରେ କନ୍ଧମଳ ତୁଡିପାଜୁ ପଞ୍ଚାୟତ ତାଡପଙ୍ଗା ଗ୍ରାମର ପକ୍ଷାଘାତ ଆକ୍ରାନ୍ତ ଦିବେଶ୍ବର କହଁର(୬୫)ଙ୍କ ଦେହ ସୋମବାର ଗୁରୁତର ହୋଇ ପଡିଥିଲା । ତେବେ ଗାଁରୁ ଡାକ୍ତରଖାନା ନେବା ପାଇଁ ନା ଅଛି ରାସ୍ତା ନା କୌଣସି ଯୋଗାଯୋଗର ବ୍ୟବସ୍ଥା । ଗାଁରେ ଆମ୍ବୁଲାନ୍ସ ପହଞ୍ଚିବାର କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପରିବାର ସହ ଗ୍ରାମବାସୀ ତାଙ୍କୁ ଏକ ଦୋଳା ସାହାଯ୍ୟରେ ପାହାଡ଼ ପର୍ବତ ଡେଇଁ ପ୍ରାୟ ୭ କିମି ଆଣିବା ପରେ ସେଠାରୁ ଅଟୋ ରିକ୍ସା କରି ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ମହାପ୍ରୟାଣ ଗାଡ଼ିରେ ମୃତଦେହକୁ ନେଇ ଫେରିଥିଲେ ପରିବାର ଲୋକେ । କିନ୍ତୁ ରାସ୍ତା ନଥିବାରୁ ଗାଁ ଠାରୁ ପ୍ରାୟ ୭ କିମି ଦୂରରେ ଅଟକି ଯାଇଥିଲା ମହାପ୍ରୟାଣ ଗାଡି । ସେଠାରେ ଜଙ୍ଗଲରୁ କାଠ ସଂଗ୍ରହ କରି କୋକେଇ ପ୍ରସ୍ତୁତ କରିଥିଲେ ଗ୍ରାମବାସୀ ଏବଂ କାନ୍ଧରେ ବୋହି ଗାଁକୁ ଫେରିଥିଲେ । ବହୁ କଷ୍ଟରେ ଗାଁରେ ପହଞ୍ଚି ମୃତ ଦିବେଶ୍ବରଙ୍କ ଅନ୍ତିମ ସଂସ୍କାର କରିଥିଲେ ଘରଲୋକେ ।

ସୂଚନାଯୋଗ୍ୟ, ସଦର ବ୍ଲକ ଅନ୍ତର୍ଗତ ଏହି ଗ୍ରାମ ଫୁଲବାଣୀ ଠାରୁ ପ୍ରାୟ ୨୦ କିମି ଦୂର । ଆଖପାଖରେ ଥିବା ତାଡପଙ୍ଗା, ଗୁମି, ମିଣିଆକାଠି ଭଳି ଗ୍ରାମ ଗୁଡ଼ିକୁ ଯିବାକୁ ହେଲେ ଦୁଇଟି ପାହାଡ ଡେଇଁ ଯିବାକୁ ପଡେ । ବାଟରେ ପଡୁଥିବା ସାଲୁଙ୍କୀ ନଦୀ ଉପରେ ପୋଲ ନଥିବାରୁ ପାଣିରେ ପଶି ଯିବାକୁ ପଡେ । ଅନେକ ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇପାରି ନାହିଁ । କିମ୍ବା ଗାଁ କୁ ରାସ୍ତା ମଧ୍ୟ ତିଆରି ହୋଇନାହିଁ । ଫଳରେ ପ୍ରାୟ ୭ କିମି ଜଙ୍ଗଲିଆ ପାଦଚଲା ରାସ୍ତାରେ ହିଁ ଲୋକେ ଯିବା ଆସିବା କରୁଛନ୍ତି । ଅସମୟରେ କାହା ଦେହ ଖରାପ ହେଲେ ଭାଗ୍ୟକୁ ଆଦରି ରହୁଛନ୍ତି ଗ୍ରାମବାସୀ । ଏବେ ଏଭଳି ଘଟଣା ପୁଣି ଏହି ଅଞ୍ଚଳର ଲୋକଙ୍କ ଦୁଃଖକୁ ଉଜାଗର କରିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.