ETV Bharat / state

Kashmir of Odisha: ଶୀତରେ ଥରୁଛି ଦାରିଙ୍ଗବାଡି, ବଢୁଛି କମ୍ବଳ-ଜ୍ୟାକେଟର ଚାହିଦା

ବାତ୍ୟା ଜୱାଦ ପରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ । ଏଠାରେ ଶୀତ ବୃଦ୍ଧି ପାଇଥିବାରୁ ଶୀତ ବସ୍ତ୍ରର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ସହରର ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ରର ପସରା ମେଲିଛି । ଦୀର୍ଘ 2 ବର୍ଷ ପରେ କିଛି ବ୍ୟବସାୟ କରି ଖୁସିବ୍ୟକ୍ତ କରିଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ

author img

By

Published : Dec 9, 2021, 3:33 PM IST

Updated : Dec 9, 2021, 4:10 PM IST

Winter In Daringbadi: ଶୀତ ସହ ବଢୁଛି ଶୀତ ବସ୍ତ୍ରର ଚାହିଦା

ଫୁଲବାଣୀ: ଶୀତ ଆଉ ପ୍ରକୃତିକୁ ନେଇ ପ୍ରସିଦ୍ଧ କନ୍ଧମାଳର ଦାରିଙ୍ଗବାଡି । ଶୀତ ଦିନ ଆସିଲେ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । କାରଣ କୁହୁଡି ଘେରା ଏହି ଅଞ୍ଚଳର ସବୁଜ ବନାନୀ ବେଶ୍ ମନମୁଗ୍ଧକର । ଖାସ୍ ସେଥିପାଇଁ ତ ଦାରିଙ୍ଗବାଡିକୁ କାଶ୍ମୀର ସହ ତୁଳନା କରାଯାଇଛି । ତେବେ ଶୀତ ସହ ଶୀତବସ୍ତ୍ରର ଚାହିଦା ବଢିଛି ଫୁଲବାଣୀରେ । ରାସ୍ତାର ଦୁଇ ପାର୍ଶ୍ବରେ ଭଳିକି ଭଳି ଶୀତବସ୍ତ୍ରର ପସରା ପଡିଛି ।

କନ୍ଧମାଳର ଶୀତ ବେଶ୍ ନିଆରା । ଜିଲ୍ଲାର ସମସ୍ତ ସ୍ଥାନରେ ମିଳୁଛି ଭଳିକ ଭଳି ଶୀତ ବସ୍ତ୍ର । ବାତ୍ୟା ଜୱାଦ ପରେ ଶୀତର ପ୍ରକୋପ ବଢୁଛି । ଦାରିଙ୍ଗବାଡିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଥିଲାବେଳେ ଫୁଲବାଣୀରେ ୮ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ୯ ଟା ନବାଜିବା ପର୍ଯ୍ୟନ୍ତ ଘରୁ ବାହାରି ପାରୁନାହାନ୍ତି ଲୋକେ । ଏପରି ଶୀତରେ ବଢିଛି ଶୀତ ବସ୍ତ୍ରର ଚାହିଦା । ଶୀତରୁ ବର୍ତ୍ତିବା ପାଇଁ ଶୀତ ବସ୍ତ୍ର ହିଁ ସାହାରା । ତେଣୁ ଲୋକେ ଜ୍ୟାକେଟ, ଟୋପି, ଗ୍ଲୋବସ, ସାଲ, ସ୍ବେଟର, ମଫଲର ଠାରୁ ଆମ୍ଭ କରି କମ୍ବଳ କିଣି ନେଉଛନ୍ତି ଘରକୁ ।

Kashmir of Odisha: ଶୀତରେ ଥରୁଛି ଦାରିଙ୍ଗବାଡି, ବଢୁଛି କମ୍ବଳ-ଜ୍ୟାକେଟର ଚାହିଦା

ଲୋକଙ୍କ ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ସୁଲଭ ଦରରେ ଏସବୁ ସାମଗ୍ରୀ ଯୋଗାଇ ଦେଉଛନ୍ତି । ରାସ୍ତାପାର୍ଶ୍ବରେ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ଏବଂ ବଜାରରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରି ହେଉଛି । ସବୁଠୁ ଅଧିକ ବ୍ୟବସାୟ ରାସ୍ତାକଡରେ ହେଉଥିବା କହିଛନ୍ତି ବ୍ୟବସାୟୀ ।

ଫୁଲବାଣୀ ସହରର Bed କଲେଜ ଛକ, ବିଜୁ ପଟ୍ଟନାୟକ ଛକ, ଥାନା ଛକ, କୋର୍ଟ ଛକ ପାଖ ରାସ୍ତାରେ ଏହି ଶୀତ ବସ୍ତ୍ର ବିକ୍ରି ହେଉଛି । ସେହିପରି ବାଲିଗୁଡା ସହରର, ଜି.ଉଦୟଗିରି ସହର, ରାଇକିଆ ସହରରେ ମଧ୍ୟ ଶୀତ ବସ୍ତ୍ର ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଦିନକୁ ପାଖାପାଖି ୪୦ ରୁ ୫୦ ହଜାର ବ୍ୟବସାୟ ହେଉଥିବା ବ୍ୟବସାୟୀ କହିଛନ୍ତି । ଲଘୁଚାପଜନିତ ବର୍ଷା ପରେ ଧୀରେଧିରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।

ତେବେ କୋରୋନା ପାଇଁ ଗତ 2 ବର୍ଷ ହେବ ସବୁକିଛି ବନ୍ଦ ହୋଇ ପଡିରହିଥିଲା । ନା ପର୍ଯ୍ୟଟକ ଆସୁଥିଲେ ନା ବ୍ୟବସାୟ ହେଉଥିଲା । ଚଳିତ ବର୍ଷ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ପର୍ଯ୍ୟଟକ ଓ ବ୍ୟବସାୟୀ ସମସ୍ତେ ଖୁସ୍ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Dec 9, 2021, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.