କନ୍ଧମାଳ: ବିଜେଡି ସରକାର କେବଳ ପ୍ରଚାରରେ ମାତିଛି । କାଳିଆ ଯୋଜନା, ବିଜୁ ଯୁବ ବାହିନୀ ପ୍ରଭୃତି ଏକାଧିକ ଯୋଜନା କେବଳ ପ୍ରବଞ୍ଚନା ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା ଦାମ ରାଉତ୍ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବର୍ଷିଛନ୍ତି ଡାକ୍ତର ରାଉତ୍ । ଫୁଲବାଣୀ ହାଟପଦାଠାରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅନୁଷ୍ଠିତ ଦୁର୍ନୀତି ବିରୋଧି ସମାବେଶରେ ଯୋଗଦେଇ ଗର୍ଜିଛନ୍ତି ଏହି ବର୍ଷିଆନ ନେତା ।
ଚାଷୀ, ଗରିବ, ଯୁବକ ସମସ୍ତଙ୍କୁ ଠକିଛନ୍ତି ନବୀନ ବୋଲି ଆକ୍ଷେପ କରିବା ସହିତ ତୁରନ୍ତ ବିଜେଡି ସରକାରକୁ ବିଦା କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି । ସମାବେଶରେ ଜିଲ୍ଲାର ଅନେକ ଅଞ୍ଚଳର ଚାଷୀ, ବୁଦ୍ଧିଜୀବୀ ଯୋଗଦେଇଥିବା ବେଳେ ସୂଚନା ଅଧିକାର ଅଭିଯାନର ପ୍ରଦୀପ ପ୍ରଧାନ, ଦୁର୍ନୀତି ସଂଘର୍ଷ ମଞ୍ଚର ସୁଧିର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର , ଈଟିଭି ଭାରତ