ETV Bharat / state

କୋରୋନା ପଜିଟିଭ ଚିହ୍ନଟ ପରେ ଖୋଲା ଆକାଶ ତଳେ ଚାଲିଛି ଟାଉନ ଥାନା

author img

By

Published : Aug 18, 2020, 8:54 PM IST

କନ୍ଧମାଳ ଜିଲ୍ଲାରେ କୋରୋନା ଭୟରେ ଖୋଲା ଆକାଶ ତଳେ ଚାଲିଛି ଥାନା । କୋରୋନା ପଜିଟିଭ ଚିହ୍ନଟ ପରେ ଥାନା ବାହାରେ ଚାଲିଛି । ତମ୍ବୁ ଟାଣି ଗେଟ ପାଖରେ ବସୁଛନ୍ତି ଥାନା ଅଧିକାରୀ ଓ କର୍ମଚାରୀ । ଅଧିକ ପଢନ୍ତୁ...

କୋରୋନା ପଜିଟିଭ ଚିହ୍ନଟ ପରେ ଖୋଲା ଆକାଶ ତଳେ ଚାଲିଛି ଟାଉନ ଥାନା
କୋରୋନା ପଜିଟିଭ ଚିହ୍ନଟ ପରେ ଖୋଲା ଆକାଶ ତଳେ ଚାଲିଛି ଟାଉନ ଥାନା

ପୁଲବାଣୀ: ଖୋଲା ଆକାଶ ତଳେ ଚାଲିଛି ଥାନା । କୋରୋନା ପଜିଟିଭ ଚିହ୍ନଟ ପରେ ଥାନା ବାହାରେ ଚାଲିଛି । ତମ୍ବୁ ଟାଣି ଗେଟ ପାଖରେ ବସୁଛନ୍ତି ଥାନା ଅଧିକାରୀ ଓ କର୍ମଚାରୀ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ।

ସୂଚନା ଥାଉକି ଫୁଲବାଣୀ ଟାଉନ ଥାନାରେ ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଥାନାର କାର୍ଯ୍ୟ ଖୋଲା ଆକାଶ ତଳେ ବାହାରେ ତମ୍ବୁ ଟାଣି କରାଯାଉଛି । ସମ୍ପୃକ୍ତ କୋରୋନା ଯୋଦ୍ଧା ଆକ୍ରାନ୍ତଙ୍କୁ କୋଭିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସତର୍କତା ଦୃଷ୍ଟିରୁ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଛି । ଥାନାକୁ ବାରମ୍ବାର ସାନିଟାଇଜ କରିବା ସହିତ ବାହାର ଲୋକ କିମ୍ବା କେହି ଅଭିଯୁକ୍ତ ଆସିଲେ ବାହାରେ ରଖାଯାଉଛି ।

ଖରା ବର୍ଷାରେ କର୍ମଚାରୀ ନିଜ ନିଜ କାର୍ଯ୍ୟ ବାହାରେ କରୁଛନ୍ତି । ଏହା ସହିତ କର୍ମଚାରୀ ମାନେ କୋରୋନା ମୃତ ଓ ଚିକିତ୍ସିତଙ୍କ ଏବଂ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଥିବାରୁ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

କନ୍ଧମାଳରୁ ସଦାଶିବ ପତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.