ଫୁଲବାଣୀ: କ୍ରମାଗତ ଭାବେ କନ୍ଧମାଳ ଜିଲ୍ଲାରେ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ଦେଶବ୍ୟାପୀ ଅନଲକ ପର୍ଯ୍ୟାୟ ଜାରି ରହିଥିବା ବେଳେ ଜିଲ୍ଲାରେ ମଧ୍ୟ ଅନଲକ ପର୍ଯ୍ୟାୟ ଚାଲିଛି । ଏହି ପର୍ଯ୍ୟାୟରେ ସହରରେ ଅନେକ ଦୋକାନ ବଜାର ଆଦି ଖୋଲା ରହିଛି । ହେଲେ ଲୋକମାନେ ଏଠାରେ ଅଧିକାଂଶ ସମୟରେ ସାମାଜିକ ଦୂରତା ନିୟମ ପାଳୁନଥିବା ଦେଖିବାକୁ ମିଳୁଛି । ଏମିତି କିଛି ସ୍ଥିତି ଫୁଲବାଣୀ ଅମଲା ପଡା ଚର୍ଚ୍ଚ ରୋଡ଼ରେ ଥିବା ବଜାରରେ ଦେଖିବାକୁ ମିଳିଛି ।
ବିନା ମାସ୍କ ଓ ସାମାଜିକ ଦୂରତାରେ ଜମୁଛି ଶହ ଶହ ଲୋକଙ୍କ ଭିଡ଼ । ଆମିଷ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା । ତେବେ ଏହି ଭିଡକୁ ନେଇ ଲୋକଙ୍କୁ ଦାୟୀ କରିଛନ୍ତି ମାଛ ବେପାରୀ । ସେପଟେ ଅମାନିଆଙ୍କୁ ସାବାଡ କରିଲେ ସୁଦ୍ଧା ଲୋକେ ନିଜେ ସଚେତନ ହେଉନଥିବା ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ରଖିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ