ETV Bharat / state

କୋଭିଡ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ 3 ଗୁରୁତର - ମହାମାରୀ କୋରୋନା

ମହାମାରୀ କୋରୋନା ରୋଗରୁ ନିସ୍ତାର ପାଇଁ ଆସୁଥିଲେ ମେଡିକାଲ ହେଲେ, ବାଟରେ ଯେମିତି ଅପେକ୍ଷା କରିଥିଲା ଆଉ ଏକ ବିପଦ । କନ୍ଧମାଳ ଜିଲ୍ଲାରେ କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ।

covid ambulance face accident in kandhamal
କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ 3 ରୋଗୀ ଗୁରୁତର
author img

By

Published : Aug 20, 2020, 5:22 PM IST

ଫୁଲବାଣୀ: ମହାମାରୀ କୋରୋନା ରୋଗରୁ ନିସ୍ତାର ପାଇଁ ଆସୁଥିଲେ ମେଡିକାଲ ହେଲେ, ବାଟରେ ଯେମିତି ଅପେକ୍ଷା କରିଥିଲା ଆଉ ଏକ ବିପଦ । କନ୍ଧମାଳ ଜିଲ୍ଲାରେ କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ସହ ଆସୁଥିବା ୩ ରୋଗୀ ଗୁରୁତର ଆହତ ହୋଇଛନ୍ତି । ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ଼ର ତେଲିମୁଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା ।

କୋଭିଡ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ 3 ଗୁରୁତର

ଦାରିଙ୍ଗବାଡିରୁ କୋଭିଡ୍ ଆମ୍ବୁଲାନ୍ସ ଯୋଗେ ୩ ଜଣ ରୋଗୀ ଓ ଡ୍ରାଇଭର ଫୁଲବାଣୀ କୋଭିଡ୍ ମେଡିକାଲକୁ ଯାଉଥିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖଜୁରୀ ଗଛରେ ପିଟି ହେଇ ଓଲଟି ପଡିଥିଲା ଆମ୍ବୁଲାନ୍ସ । ତେବେ ଘଟଣାସ୍ଥଳରେ ବନ୍ଧଗଡ଼ର କିଛି ଯୁବକ ସହାୟତା କରିଥିଲେ ।

ପରେ ଫିରିଙ୍ଗିଆ ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଥିଲେ । ଦୁର୍ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.