ETV Bharat / state

କୋରୋନା ସଚେତନତା: କନ୍ଧମାଳରେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି 856 ଜଣ - Covid-19 latest news

କୋରୋନା ସାରା ବିଶ୍ବକୁ କବଳିତ କରିଥିବାବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ଲଗାତାର ଭାବେ ବିଭିନ୍ନ ପଦକ୍ଷେପ ନେଉଛି। ଜିଲ୍ଲାରେ 856 ଜଣଙ୍କୁ ଘରୋଇ କ୍ଵାରେଣ୍ଟାଇନରେ ରଖାଯାଇଥିବାବେଳେ 3 ଜଣଙ୍କୁ ଫୁଲବାଣୀ ଆଇସୋଲେସନ ୱାର୍ଡରେ ରଖାଯାଇଛି। ଅଧିକ ପଢନ୍ତୁ...

Corona Awareness
କୋରୋନା ସଚେତନତା: କନ୍ଧମାଳରେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି 856 ଜଣ
author img

By

Published : Mar 18, 2020, 3:09 PM IST

Updated : Mar 18, 2020, 3:17 PM IST

ଫୁଲବାଣୀ: କୋରୋନା ସାରା ବିଶ୍ବକୁ କବଳିତ କରିଥିବାବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ଲଗାତାର ଭାବେ ବିଭିନ୍ନ ପଦକ୍ଷେପ ନେଉଛି। ଜିଲ୍ଲାରେ 856 ଜଣଙ୍କୁ ଘରୋଇ କ୍ଵାରେଣ୍ଟାଇନରେ ରଖାଯାଇଥିବାବେଳେ 3 ଜଣଙ୍କୁ ଫୁଲବାଣୀ ଆଇସୋଲେସନ ୱାର୍ଡରେ ରଖାଯାଇଛି। ଜିଲ୍ଲାର ସମସ୍ତ ଜାନିଯାତ୍ରାକୁ ବାତିଲ କରାଯାଇଥିବାବେଳେ ମନ୍ଦିର, ମସଜିଦ ଓ ଚର୍ଚ୍ଚରେ ଜନଗହଳି ଉପରେ କଟକଣା ଲଗାଯାଇଛି। ସାପ୍ତାହିକ ହାଟକୁ ଅନୁମତି ଦିଆଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତିତ ସମସ୍ତ ଦୋକାନ ବଜାର ଓ ମଲକୁ ବନ୍ଦ କରିବାକୁ ଆଜିଠାରୁ ନିର୍ଦ୍ଦେଶ ଦିଆଯାଇଛି।

କୋରୋନା ସଚେତନତା: କନ୍ଧମାଳରେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି 856 ଜଣ

ସେହିପରି କନ୍ଧମାଳ ଜିଲ୍ଲାର ଶହ ଶହ ଯୁବକ ଯୁବତୀ ବିଭିନ୍ନ ରାଜ୍ୟରେ ରହୁଛନ୍ତି। ଏପରିକି ଅନେକ ବିଦେଶରେ ରହୁଛନ୍ତି। କୋରୋନା ପରେ ଜିଲ୍ଳାକୁ ବାହୁଡିବା ଆରମ୍ଭ କରିଛନ୍ତି। ତେଣୁ କୋରୋନା ନିୟନ୍ତ୍ରଣକୁ ନେଇ ଜିଲ୍ଲା ପ୍ରଶାସନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି। ଅତିରିକ୍ତ ଜିଲ୍ଲାପାଳ, ସିଡିଏମଓ ଏବଂ କରୋନା ପାଇଁ ନୋଡାଲ ଅଧିକାରୀ ଏମ୍ ମହାପାତ୍ର ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।

ଜିଲ୍ଲାକୁ ଫେରୁଥିବା 856 ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି। 8 ଜଣଙ୍କ ମଧ୍ୟରୁ 3 ଜଣ ଏବେ ଫୁଲବାଣୀ ଜିଲ୍ଲା ମେଡିକାଲ ଆଇସୋଲେସନ ୱାର୍ଡରେ ଅଛନ୍ତି। କେହି ଜଣେ ହେଲେ ପଜିଟିଭ ନାହାଁନ୍ତି। ତେବେ ସବୁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଜିଲ୍ଲାରେ 144 ଧାରା ଜାରି କରାଯାଇଥିବାରୁ ଔଷଧ ଦୋକାନ, ତେଜରାତି ଓ ପନିପରିବା ଦୋକାନ ଭିନ୍ନ ସବୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ଦିର ମସଜିଦ ଚର୍ଚ୍ଚରେ ସମୂହ ଗହଳିକୁ କଟକଣା ଲଗାଯାଇଛି। ତେବେ ରୀତିନୀତି ପୂଜାର୍ଚ୍ଚନାରେ କୌଣସି ବାରଣ ନାହିଁ। ଜିଲ୍ଲାର ବାରଟି ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କଟକଣାର ପାଳନ କରିବାକୁ ତଦାରଖ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେହିପରି ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ। ସଚେତନତା ସୃଷ୍ଟି ସହିତ ସରକାରଙ୍କ ଉପଦେଶାବଳୀ ପାଳନ କରିବାକୁ କୁହାଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 18, 2020, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.