ଫୁଲବାଣୀ: 5ଟି ରୂପାନ୍ତରିତ ସ୍କୁଲର ବିଲ ନ ମିଳିବାରୁ ତାଲା ପକାଇଲେ ଠିକାଦାର । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ୍ ଅନ୍ତର୍ଗତ ୫ଟି ହାଇସ୍କୁଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ l ଫଳରେ ଦିନ ତମାମ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଇକେଲ ଷ୍ଟାଣ୍ଡ ଓ ପଡିଆରେ ପାଠ ପଢିଥିଲେ ।
ସୂଚନା ଅନୁସାରେ, ବ୍ଲକରୁ ଲକ୍ଷାଧିକ ଟଙ୍କା ଠିକାଦାର ପାଇବାକୁ ଥିବାବେଳେ ବିଲ ମିଳିବାରେ ଅହେତୁକ ବିଳମ୍ବ ହୋଇଥିଲା । ଏନେଇ ବ୍ଳକକୁ ବିଲ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ୧୦ ଦିନର ମହଲତ ଦେଇ ନିରାଶ ହେବାରୁ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଠିକାଦାର l ପରେ ବକ୍ଲ କର୍ମଚାରୀ,ବ୍ଳକ୍ ଅଧକ୍ଷା ପିଙ୍କି ପ୍ରଧାନ ପହଞ୍ଚି ୧୫ ଦିନ ଭିତରେ ବିଲ୍ ପୈଠ କରିବାକୁ ପ୍ରତିଶ୍ରୁତି ଦେବା ପରେ ଠିକାଦାର ତାଲା ଖୋଲି ଥିବା ଜଣାପଡିଛି l ସେପଟେ ୧୫ ଦିନ ଭିତରେ ବିଲ୍ ପୈଠ ନ ହେଲେ ପୁଣି ଥରେ ସ୍କୁଲରେ ତାଲା ପକାଇବା ସହିତ ବ୍ଳକ୍ ଅଫିସକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଠିକାଦର । ବ୍ଲକ୍ ଅଫିସ୍ ଠିକାଦାର ବିଲ ଦେବାରେ କାହିଁକି ଅବହେଳା ହେଲା ଏବଂ ଏହାର ଫଳ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଲା ବୋଲି ବ୍ଳକ୍ ଅଧକ୍ଷା ପିଙ୍କି ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସୂଚନା ମୁତାବକ, ରୂପାନ୍ତରୀକରଣର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ନିର୍ମାଣ କାମକୁ ଠିକାଦାର ଅଲେଖ ନାୟକ 2021 ମସିହାରେ ଶେଷ କରିଥିଲେ । ତେବେ କାମ କରିବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଠିକାଦାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ଏନେଇ ଠିକାଦାର କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ 25 ଅଗଷ୍ଟରେ ଲିଖିତ ଭାବେ ଜଣାଇବା ସହିତ 10 ଦିନ ମଧ୍ୟରେ କୌଣସି ସମାଧାନ କରାନଗଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ l ହେଲେ କୌଣସି ସମାଧନ ନ ହେବାରୁ ଗତକାଲି ବାଧ୍ୟ ହୋଇ ତାଲା ପକାଇଥିଲେ ଠିକାଦାର ।
ଏହା ମଧ୍ୟ ପଢନ୍ତୁ- ସ୍କୁଲରେ ତାଲା ପକାଇ ଧାରଣାରେ ଗ୍ରାମବାସୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ
ତେବେ ବ୍ଲକ ଆକାଉଣ୍ଟ୍ ସଞ୍ଜୟ ରାଉଳ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି 15 ଦିନ ମଧ୍ୟରେ ବିଲ ପୈଠ କରିବାକୁ ପ୍ରତିଶ୍ରୁତି ଦେବା ପରେ ଠିକାଦାର ତାଲା ଖୋଲିଛନ୍ତି । କିନ୍ତୁ ବିଲ ନ ମିଳିଲେ ପୁନର୍ବାର ତାଲା ପକାଇବା ସହ ବ୍ଲକ ଘେରାଉ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l ବିଦ୍ୟାଳୟରେ ତାଲା ପଡିବା ଯୋଗୁଁ ଛାତ୍ରଛାତ୍ରୀବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହିଭଳି ଘଟଣା ଘଟିଲେ ପାଠପଢ ରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଛାତଛାତ୍ରୀମାନେ କହିଛନ୍ତି l
ଇଟିଭି ଭାରତ, କନ୍ଧମାଳ