ଫୁଲବାଣୀ: ଗଞ୍ଜେଇ ମାଫିଆଙ୍କ ଗ୍ୟାଙ୍ଗରେ ରହି କନ୍ଧମାଳ ଜିଲ୍ଲାର କନେଷ୍ଟବଳ ବସନ୍ତ ନାହାକ ଫିରିଙ୍ଗିଆ ଥାନା ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣରେ ଜାଲ ନୋଟ ଜବତ କରିଛି ।
![constable arrested, connection with the cannabis mafia, kandhamal news, ଗଞ୍ଜେଇ ମାଫିଆ ଗ୍ୟାଙ୍ଗରେ ପୋଲିସ, ଗଞ୍ଜେଇ ମାଫିଆଙ୍କ ସହ ହାତ ମିଶାଇ କନଷ୍ଟେବଲ ଗିରଫ](https://etvbharatimages.akamaized.net/etvbharat/prod-images/od-knd-01-phulbani-police-cannabis-mafia-od10023_22062020201444_2206f_1592837084_699.jpg)
କନ୍ଧମାଳ ଫିରିଙ୍ଗିଆ ଥାନା ପୋଲିସ ପେଟ୍ରୋଲିଙ୍ଗ କରି ସିମିଲି ସାହି ଛକରେ ଗୋଟିଏ ଟାଟା ସୁମୋ ଯାଞ୍ଚ କରିବା ବେଳେ ଗଞ୍ଜେଇ ଭର୍ତ୍ତି ହୋଇଥିବାରୁ ଗାଡ଼ିକୁ ଜବତ କରବା ସହ ୩ ଜଣକୁ ଗିରଫ କରିଛି । ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଖୋଳତାଡ଼ କରି ସେମାନଙ୍କ ଠାରୁ 113000 ଟଙ୍କାର ଜାଲ ନୋଟ ଓ 30କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ୩ ଜଣଙ୍କ ମଧ୍ୟରେ ରହିଛନ୍ତି ରିଜର୍ଭ ଅଫିସରେ ଥିବା କନଷ୍ଟେବଲ ବସନ୍ତ ନାହାକ, ଫୁଲବାଣୀ ଟାଉନର ମଧୁସୂଦନ ଦିଗାଲ ଓ ବଳଭଦ୍ର ସାହାଣୀକୁ ଗିରଫ କରି 48/2020ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।
ସଂପୃକ୍ତ କନଷ୍ଟେବଳ ବିରୋଧରେ 4 ଦିନ ପୂର୍ବରୁ ବ୍ରାହ୍ମଣୀଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଏସପି ସସପେଣ୍ଡ କରିଥିଲେ । ଏହି ମାମଲାରେ ସାମିଲ ଅନ୍ୟ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ଅଭିଯୁକ୍ତ ମାନେ। ପୂର୍ବରୁ ମଧ୍ୟ କେତେକ ପୋଲିସ କର୍ମଚାରୀ ଗଞ୍ଜେଇ ମାଫିଆଙ୍କ ସହିତ ସାମିଲ ହୋଇ ଜିରଫ ହୋଇଥିବା ବେଳେ ଅନେକ ଆଇନ ଆଖିରୁ ଦୂରରେ ଥିବା ଅଭିଯୋଗ ରହିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ