ଫୁଲବାଣୀ: ଅଭିଯୁକ୍ତକୁ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଜଣେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ଦର୍ଶାଇ ଥାନାରେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ମରାର ଭିଡିଓ ଭାଇରାଲ ହେବା ସହିତ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।
କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ବିରୋଧରେ ମାଡ ମାରିବା ଅଭିଯୋଗ । ପୋଲିସ କରିଥିବା ଭୁଲର ପ୍ରତିବାଦ କରିବାରୁ ମାମଲାରେ ଅଭିଯୁକ୍ତ ଦର୍ଶାଇ ଜେଲ ପଠାଇଛି ବୋଲି ଅଭିଯୋଗ କରିଛନ୍ତି ଗିରଫ ବ୍ୟକ୍ତିଙ୍କ ପତ୍ନୀ । କୁମ୍ଭାରଖାଡି ଗାଁର ସୁଜିତ ଦିଗାଲଙ୍କ ପତ୍ନୀ ବନିତା ରାଜ୍ୟ ମାନବାଧିକାର କମିଶନଙ୍କ ଠାରେ ରିପୋର୍ଟ କରିଛନ୍ତି । ଅଭିଯୋଗ ଅନୁସାରେ ଅପ୍ରେଲ 6ରେ 4500 ଟଙ୍କା ଓ ମେ 13ରେ ଦଶ ହଜାର ଟଙ୍କା ସୁଜିତଙ୍କ ଠାରୁ ପୋଲିସ୍ ଛଡେଇ ନେଇଥିଲା । ଏ ନେଇ ଏସପି ଓ କମିଶନରଙ୍କ ଠାରେ ଅଭିଯୋଗ କରିଥିଲେ । ଫଳରେ ରାଗ ସୁଝାଇବାକୁ ଏକ ମିଥ୍ୟା ହତ୍ୟା ଉଦ୍ୟମ ମାମଲା ରୁଜୁ କରି ମେ 27 ତାରିଖରେ ଗିରଫ କରି ଜେଲ ପଠେଇଛି ପୋଲିସ ବୋଲି ଦର୍ଶାଯାଇଛି । ତେଣୁ ନ୍ୟାୟ ମାଗୁଛି ବୋଲି କହିଛନ୍ତି । ବର୍ତ୍ତମାନ ଏ ସଂକ୍ରାନ୍ତରେ ପୋଲିସ କିଛି କହିବାକୁ ନାରାଜ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ