ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା, ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ସପ୍ତମ ଶ୍ରେଣୀ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କରିଲା ବିଜେପି । ଅଧିକ ପଢନ୍ତୁ

author img

By

Published : Oct 8, 2022, 9:09 PM IST

ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଫୁଲବାଣୀ: ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଘୁ. ଉଦୟଗିରି ଡାକ୍ତରଖାନାରେ ବୁଧବାର ଏକ ମୃତ ଶିଶୁ ଜନ୍ମ ଦେବାର କିଛି ଘଣ୍ଟା ପରେ ମୃତ୍ୟୁ ବରଣ କରିଥିଲେ । ଶନିବାର ଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଛାତ୍ରୀ ଜଣକ ମାସେ ତଳେ ଗର୍ଭବତୀ ଥିବା କଥା ଜଣାପଡିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଘୁ. ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନ ଠାରେ ପ୍ରଶାସନ ପକ୍ଷରୁ ରଖାଯାଇଥିଲା । ତେବେ ଗତ ୫ ତାରିଖ ଦିନ ଗର୍ଭବତୀ ଛାତ୍ରୀର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ସତ୍ତ୍ୱେ ବହୁ ବିଳମ୍ବରେ ଡାକ୍ତରଖାନାରେ ଭର୍ତ୍ତି କରାଗଲା ବୋଲି ଅଭିଯୋଗ କରିଛି ଯୁବ ମୋର୍ଚ୍ଚା । ସେହିଭଳି ଡାକ୍ତରଖାନାରେ ଭର୍ତ୍ତି କରିବାର ପର ଦିନ ପରିବାର ଲୋକଙ୍କୁ ଖବର ଦେବା, ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ନ ଥିବା ଘୁ. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଇବା, ଛୁଆ ଜନ୍ମ ପରେ ଆଇସିୟୁର ସୁବିଧା ନ ପାଇ ମରିଯିବା ଏବଂ ନାବାଳିକା ଛାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଥିଲେ ସୁଦ୍ଧା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ନ କରି ସେଠାରେ ପକାଇ ରଖିବା ଜିଲ୍ଲା ପ୍ରଶାସନର ଅବହେଳାର ପରିଚୟ ବୋଲି ଅଭିଯୋଗ ହୋଇଛି ।

ହା ମଧ୍ୟ ପଢନ୍ତୁ: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଛାତ୍ରୀ ମୃତ

ଏହି ଦୁଃଖଦ ଘଟଣା ପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ କହଁର କହିଛନ୍ତି । ଆଜିର ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ସହ ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) , ଉପସଭାପତି ସୁଧାଂଶୁ ଗୁରୁ, ନଗର ଯୁବମୋର୍ଚ୍ଚା ସଭାପତି ଅରବିନ୍ଦ ପଟ୍ଟନାୟକ , ସମ୍ପାଦକ ଗୌତମ ମଲିକ , ଗୋଲୋକ ମଲିକ , ଯୁବନେତା ରାଇକିଶୋର ପ୍ରଧାନ ପ୍ରମୁଖଙ୍କ ସହ ଶତାଧିକ ଯୁବକ ସାମିଲ୍ ଥିଲେ ।

ସୂଚନାଯୋଗ୍ୟ ଯେ, ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ଏକ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଥିଲା । ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ହେଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୪୩/୨୨ରେ ମାମଲା ରୁଜୁ କରିବା ସହ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରିଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.