ଫୁଲବାଣୀ: ଜିଲ୍ଲାରେ ଜାରି ରହିଛି ଶୀତ ଲହରୀ। ଫୁଲବାଣୀରେ ସୋମବାର ତାପମାତ୍ରା 9.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।
ତେବେ ଜାଡର ପ୍ରକୋପ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସହର ଗାଁ ଗଣ୍ଡାର ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନାନା ଉପାୟ ଆପଣାଉଛନ୍ତି। ବିଶେଷକରି ଚା' ଦୋକାନରେ ଭିଡ ଦେଖିବାକୁ ମିଳୁଛି। ଖେଳ ପଡିଆ, ରାସ୍ତା ଘାଟରେ ଲୋକେ ବ୍ୟାୟାମ କରି ଶୀତରୁ ମୁକ୍ତି ପାଇଁ କସରତ କରୁଛନ୍ତି।
ଏନେଇ ଫୁଲବାଣୀର କୋର୍ଟ ଛକରେ ଲୋକଙ୍କ ପ୍ରତିକ୍ରିୟା ନେଇଛନ୍ତି ଆମ ପ୍ରତିନିଧି।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ