ETV Bharat / state

ଖସୁଛି ପାରଦ ବଢୁଛି ଶୀତ, ଫୁଲବାଣୀରେ ତାପମାତ୍ରା 7.5 ଡିଗ୍ରୀ ରେକର୍ଡ

କନ୍ଧମାଳକୁ ପୁଣି ଫେରିଲା ଶୀତ । କିଛିଦିନ ପରେ ଫୁଲବାଣୀ ଠାରେ ସର୍ବ ନିମ୍ନ ତାପମାତ୍ରା ୭.୫ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 24, 2022, 2:08 PM IST

cold wave in kandhamal
cold wave in kandhamal
cold wave in kandhamal

ଫୁଲବାଣୀ: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଏହାରି ମଧ୍ୟରେ କନ୍ଧମାଳରେ ଜାରି ରହିଛି ଶୀତର ପ୍ରକୋପ । ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କଳାହାଣ୍ଡିର ରୂପ ଲାବଣ୍ୟ । ଚାରିଆଡେ ଘନ କୁହୁଡି । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି କନ୍ଧମାଳବାସୀ । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ପ୍ରକୃତିରାଣୀ । ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ଆଜି (ଶନିବାର) ଫୁଲବାଣୀ ଠାରେ ସର୍ବ ନିମ୍ନ ତାପମାତ୍ରା ୭.୫ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୯.୫ ରହିଛି ।

ରାଜ୍ୟର ଥଣ୍ଡା ସହର ଫୁଲବାଣୀ

ଚଳିତ ବର୍ଷ ଡିସେମ୍ବର ୯ ତାରିଖରେ ଜିଲ୍ଲାର ସର୍ବ ନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬.୬ ଡିଗ୍ରୀ ରେକର୍ଡ୍ କରାଯାଇଥିଲା । ବର୍ତ୍ତମାନ ରାଜ୍ୟର ଥଣ୍ଡାର ସହର ଭାବେ ଫୁଲବାଣୀ ଆଗରେ ରହିଛି । ଆଗକୁ ଶୀତର ମାତ୍ରା ବଢିବ ବୋଲି ଅନୁମାନ କରାଯାଉଛି । ତେବେ ଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଥଣ୍ଡା କମ ଅନୁଭୂତ ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ବଜାରରେ ଶୀତ ବସ୍ତ୍ର ବିକ୍ରି ମଧ୍ୟ ଗତ ବର୍ଷ ମାନଙ୍କ ତୁଳନାରେ କମ ରହିଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।

ଶୀତୁଆ ସକାଳେ ଗରମ ଚା’ର ମଜା

କିଛି ଦିନ ତଳେ ହଠାତ ଥଣ୍ଡାର ପ୍ରକୋପ ବଢିବାରେ ଲୋକେ ଆତଙ୍କିତ ହେବା ସହ ପ୍ରଶାସନ ମଧ୍ୟ ସଜାଗ ହୋଇଥିଲା । ବିଭିନ୍ନ ସ୍ଥାନରେ ରାତ୍ରି ଆଶ୍ରୟ ସ୍ଥଳୀ ଖୋଲା ଯାଇଥିଲା । କିନ୍ତୁ ଏବେ ଶୀତ କିଛି ମାତ୍ରାରେ କମି ଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ତେବେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କନ୍ଧମାଳରେ ସକାଳ ହେବା ମାତ୍ରେ ଶୀତର ମଜା ନେଉଛନ୍ତି ଆବାଳ ବୃଦ୍ଧ ବନିତା । ସନ୍ଧ୍ୟା ହେବା ମାତ୍ରେ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତର ପ୍ରକୋପ । ସକାଳ ସମୟରେ ଲୋକେ ମର୍ଣ୍ଣିଂ ଓ୍ବାକ ଯିବା ସହ ଗରମ ଚା ପିଇ ଶୀତର ମଜା ନେଉଛନ୍ତି । ଅମନେକ ସ୍ଥାନରେ ଲୋକେ ପୋଇଁ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର

ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ବଢିବ ଶୀତ । ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ତାପମାତ୍ରା ୫ ଡିଗ୍ରୀ ଏବଂ କୋରାପୁଟର ସେମିଳିଗୁଡା ଠାରେ ରାତ୍ରି ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଟ୍ବିନ ସିଟି ଭୁବନେଶ୍ବର ଏବଂ କଟକରେ ୧୪ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.