ETV Bharat / state

କୋଭିଡ କଟକଣାରେ ପାଳନ ହେବ ବଡ଼ଦିନ - କନ୍ଧମାଳ ଖବର

ଆଉ ଦୁଇଦିନ ଗଲେ ବଡ଼ଦିନ । ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁ । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକ ସଜେଇ ହେଲାଣି l ଅଧିକ ପଢନ୍ତୁ

କୋଭିଡ କଟକଣାରେ ପାଳନ ହେବ ବଡ଼ଦିନ
କୋଭିଡ କଟକଣାରେ ପାଳନ ହେବ ବଡ଼ଦିନ
author img

By

Published : Dec 22, 2021, 7:26 PM IST

ଫୁଲବାଣୀ : ଆଉ ଦୁଇଦିନ ଗଲେ ବଡ଼ଦିନ । ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁ । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକ ସଜେଇ ହେଲାଣି l କେତେକ ସ୍ଥାନରେ ନାଚଗୀତ ମଧ୍ୟ ଆରମ୍ଭ ମଧ୍ୟ ହେଲାଣି l ଫଳରେ ଆସନ୍ତା ବଡ଼ଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ । ସେଥି ପାଇଁ ବିଭିନ୍ନ ବ୍ଲକ ସ୍ତରରେ ଶାନ୍ତି କମିଟି ବୈଠକ ସରିଯାଇଥିବାବେଳେ ଆଜି (ବୁଧବାର) ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

କୋଭିଡ କଟକଣାରେ ପାଳନ ହେବ ବଡ଼ଦିନ

ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶାନ୍ତି କମିଟିରେ ଏସପି ଭିନୀତ ଅଗ୍ରୱାଲଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । କୋଭିଡ ନିୟମ ପାଳନ କରି ଶାନ୍ତିଶୃଙ୍ଖଳାର ସହ ବଡ଼ଦିନ ଓ ନୂଆବର୍ଷ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l କୋଭିଡ ନିୟମକୁ କଡାକଡି କରିବା ସହ ୫୦ ପ୍ରତିଶତ ଭକ୍ତରେ ବଡଦିନ ପାଳନ କରିବେ ଖ୍ରୀଷ୍ଟପ୍ରେମୀ ।

ସମସ୍ତେ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ବଜାୟ ରଖିବେ, ସାନିଟାଇଜ କରିବା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ , ଜ଼ିରୋ ନାଇଟ, ଗହଳି କରିବା ଆଦି ଉପରେ ରହିଛି ସମ୍ପର୍ଣ୍ଣ କଟକଣା ଲଗାଯାଇଛି । ଶାନ୍ତି କମିଟିରେ ଜ଼ିଲ୍ଲାର ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେବା ସହ ଆଉ ବଡ଼ଦିନକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ତଥା ଆଇନଜୀବୀ ଲମ୍ବୋଦର କହଁର, କୁଇ ସମାଜ ବ୍ଲକ ସଭାପତି ଗୋବିନ୍ଦ ଘଟାଲ, ସଂଖ୍ୟା ଲଘୁ ସମ୍ପ୍ରଦାୟ ରାଇକିଆ ମଜେସ ଡିଗାଲ, ଅନିଲ ବଡ଼ ମାଝୀ, ପାଷ୍ଟର ଆସୋସିଏସନ ସଭାପତି ଦାରିଙ୍ଗବାଡ଼ି ସୁନୀଲ ପ୍ରଧାନଙ୍କ ସମେତ ଅନ୍ୟମାନେ ଜ଼ିଲ୍ଲାରେ ଶାନ୍ତି, ସଦଭାବ,ଭାଇଚାରା ଫେରିଆସିଥିବା ନେଇ ମତ ବ୍ୟକ୍ତ କରିଥିଲେ l ଏହି ଶାନ୍ତି କମିଟି ବୈଠକରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.