ETV Bharat / state

ଆଜି ବଡ଼ଦିନ: ଝିଲିମିଲି ଆଲୁଅରେ ଝଲସୁଛି ଚର୍ଚ୍ଚ, ଉତ୍ସବମୁଖର କନ୍ଧମାଳ

ଆଜି ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଏପଟେ ଚିକମିକ ଆଲୁଅରେ ଝଲୁସୁଛି କନ୍ଧମାଳ ଜିଲ୍ଲାର ସମସ୍ତ ଚର୍ଚ୍ଚ । ଅଧିକ ପଢନ୍ତୁ

ଆଜି ବଡ଼ଦିନ: ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ, ସବୁଆଡେ ଖୁସିର ମାହୋଲ

author img

By

Published : Dec 25, 2021, 1:48 PM IST

ଫୁଲବାଣୀ: ଆଜି ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଏପଟେ ଚିକମିକ ଆଲୁଅରେ ଝଲସୁଛି କନ୍ଧମାଳ ଜିଲ୍ଲାର ସମସ୍ତ ଚର୍ଚ୍ଚ । ବଡ଼ ଦିନକୁ କୋଭିଡ କଟକଣା ସହିତ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ । ଓମିକ୍ରନ ରୋକିବା ପାଇଁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ତେବେ ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ ଅନୁମତି ଦିଆଯାଇଛି । ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି ।

ଆଜି ବଡ଼ଦିନ: ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ, ସବୁଆଡେ ଖୁସିର ମାହୋଲ

ତେବେ କନ୍ଧମାଳରେ ବଡ଼ଦିନ ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୋଲିସ ସହ ଅଧିକ ୨୧ ପ୍ଲାଟୁନ ଫୋର୍ସ, ସିଆରପିଏଫ ମୁତୟନ ହୋଇଛନ୍ତି । ନକ୍ସଲ ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏପଟେ ସରକାରଙ୍କ ଗାଇଡଲାଇନକୁ ଦୃଷ୍ଟିରେ ରଖି ସମସ୍ତ ଚର୍ଚ୍ଚରେ ମାସ୍କ , ସାନିଟାଇଜ ବ୍ୟବହାର କରି ପାଳନ ହେଉଛି ବଡ଼ଦିନ । ବେଶ ଖୁସି ସହ ଏହି ବଡଦିନକୁ ପାଳନ କରିଛନ୍ତି ଖ୍ରୀଷ୍ଟ ପ୍ରେମୀ । ଏହାସହ ଘରେ ଘରେ ଚାଲିଛି ପିଠା ପଣା, ନାଚ ଗୀତର ଆସର । ଏନେଇ ଖ୍ରୀଷ୍ଟପ୍ରେମୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.