ETV Bharat / state

ଭୋଟର ଲିଷ୍ଟରେ ନାଁ ନାହିଁ, ବ୍ଲକ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ବ୍ଲକ ଓ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ ୱାର୍ଡର ୯୦ ଲୋକଙ୍କ ଭୋଟର ଲିଷ୍ଟରେ ନାମ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ

ଭୋଟର ଲିଷ୍ଟରେ ନାମ ନାହିଁ, ବ୍ଲକ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Jan 22, 2022, 10:43 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ୱାର୍ଡରେ ଶହ ଶହ ଲୋକଙ୍କ ଭୋଟର ଲିଷ୍ଟରେ ନାମ ନାହିଁ । ଯାହା ଫଳରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାରିନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅର୍ନ୍ତଗତ ଟ୍ରୀଟାପଙ୍ଗା ପଞ୍ଚାୟତର ୪ ନଂ ୱାର୍ଡର ଗଣ୍ଡାକାଠୀ ଗ୍ରାମବାସୀଙ୍କ କ୍ଷେତ୍ରରେ ।

ଭୋଟର ଲିଷ୍ଟରେ ନାମ ନାହିଁ, ବ୍ଲକ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ଗାଁରେ ବାସ କରୁଥିବା ୯୦ ଜଣଙ୍କ ଭୋଟର ଲିଷ୍ଟରେ ନାମ ନାହିଁ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଗ୍ରାମର ସମସ୍ତ ଭୋଟର ଭୋଟ ଦେବାରୁ ବଞ୍ଚିତ ରହିବେ । ଏପରି କି ୱାଡ଼ ମେମ୍ବର ପାଇଁ ମଧ୍ୟ କେହି ନାମାଙ୍କନ ଭରି ପାରିନାହାନ୍ତି । ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଖଜୁରୀପଡ଼ା ବ୍ଲକ ଯାଇ ବ୍ଲକରେ ତାଲା ପକାଇଥିବାବେଳେ ପଞ୍ଚାୟତରେ ମଧ୍ୟ ମହିଳାମାନେ ତାଲା ପକାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ତାଲା ଖୋଲାଇଥିଲେ । ତେବେ ପଞ୍ଚାୟତ ଅଫିସ ସମ୍ମୁଖରେ ଗ୍ରାମବାସୀ ବସି ରହିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.