ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ଘର ପୋଡ଼ିଦେଲେ ଲୋକେ, ବେସାହାରା ପରିବାର - ବେସାହାରା ପରିବାର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଘର ପୋଡ଼ିଦେଲେ ୨୦ରୁ ଉର୍ଦ୍ଧ୍ବ ଲୋକ । ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ବୁଦାରା ପ୍ରଧାନଙ୍କ ପରିବାର ସହ । ଅଧିକ ପଢନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ଘର ପୋଡ଼ିଦେଲେ ଲୋକେ, ବେସାହାରା ପରିବାର

author img

By

Published : Mar 16, 2021, 10:46 AM IST

ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଘର ପୋଡ଼ିଦେଲେ ୨୦ରୁ ଉର୍ଦ୍ଧ୍ବ ଲୋକ । ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ବୁଦାରା ପ୍ରଧାନଙ୍କ ପରିବାର ସହ । ପିଡ଼ିତ ପରିବାର ଏବେ ବାଲିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଗତ କିଛି ଦିନ ଧରି ବୁଦାରା ପ୍ରଧାନଙ୍କ ସହ ତାଙ୍କର କିଛି ସମ୍ପର୍କୀୟଙ୍କ ଶତ୍ରୁତା ଲାଗି ରହିଥିଲା । ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେବାସହ ଗାଁରେ ଗତ ପନ୍ଦର ଦିନ ତଳେ ଏକ ବୈଠକ ହୋଇଥିଲା ଏବଂ ଆପୋଷ ବୁଝାମଣା ମଧ୍ୟ ହୋଇଥିବା କହିଛନ୍ତି ବୁଦାରା।

ଗୁଣିଗାରେଡ଼ି ସନ୍ଦେହରେ ଘର ପୋଡ଼ିଦେଲେ ଲୋକେ, ବେସାହାରା ପରିବାର

ପୁଣି କିଛି ଯୁବକ ବୁଦାରାଙ୍କ ଘରେ ପହଞ୍ଚି ଗାଁ ରେ ରଖାଇ ଦେବୁନାହିଁ ବୋଲି କହି ତାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ ଗୁଣି ଗାରେଡ଼ିକୁ ଲୋକେ ବିଶ୍ବାସ କରୁନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ପନ୍ଥା ଅବଲମ୍ବନ କରିଥିବା ଚର୍ଚ୍ଚା ହେଉଛି । ତେବେ ଲୋକଙ୍କ ଏଭଳି କାଣ୍ଡ ପାଇଁ ଏବେ ବେସାହାରା ହୋଇଯାଇଛି ବୁଦାରାଙ୍କ ପରିବାର ।

ସେପଟେ ନ୍ୟାୟ ପାଇଁ ବୁଦାରା ବାଲିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.