ETV Bharat / state

ଫୁଲବାଣୀ ସାଲୁଙ୍କି ନଦୀରେ ଅଘଟଣ, ପାଣିରେ ବୁଡି ଭାଇ-ଭଉଣୀ ମୃତ - ନଦୀରେ ବୁଡି ଭାଇ-ଭଉଣୀ ମୃତ

ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଭାଇ ଓ ଭଉଣୀ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତିଝାର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢନ୍ତୁ

ଫୁଲବାଣୀ ସାଲୁଙ୍କି ନଦୀରେ ଅଘଟଣ, ପାଣିରେ ବୁଡି ଭାଇ-ଭଉଣୀ ମୃତ

author img

By

Published : Apr 17, 2022, 7:06 PM IST

Updated : Apr 17, 2022, 7:26 PM IST

ଫୁଲବାଣୀ: ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଭାଇ ଓ ଭଉଣୀ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତିଝାର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁଧିଷ୍ଟିର ଦେହୁରୀଙ୍କ ଝିଅ ଓ ପୁଅ ଦିନ ୯ଟା ସମୟରେ ନିଜ ବଡ଼ ମାଆଙ୍କ ସାଙ୍ଗରେ ପାଖ ଶାଲୁଙ୍କି ନଦୀରେ ଗାଧୋଇବାକୁ ଯଆଇଥିଲେ । ତେବେ ହଠାତ୍‌ ଗୋଡ ଖସିଯିବାରୁ ଉଭୟ ଭାଇ ଭଉଣୀ ନିଖୋଜ ଥିଲେ ।

ଫୁଲବାଣୀ ସାଲୁଙ୍କି ନଦୀରେ ଅଘଟଣ, ପାଣିରେ ବୁଡି ଭାଇ-ଭଉଣୀ ମୃତ

ପର କିଛି ଦୂରରେ ଗାଧୋଉଥିବା କିଛି ଲୋକେ ପିଲା ଦୁଇଜଣ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ ଓ ସଙ୍ଗେସଙ୍ଗେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ସତ୍ୟଜିତ ଦେହୁରୀ(୫) ଓ ତାଙ୍କ ଭଉଣୀ ଯାଜ୍ଞସେନୀ ଦେହୁରୀ(୪) ବୋଲି ଜଣାପଡ଼ିଛି ।

ଏପଟେ ଖବର ପାଇ ଟିକାବାଲି ପୋଲିସ ପହଞ୍ଚି ଏକ ମାମାଲା ରୁଜୁ କରି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଘଟଣା ପରେ ସାରା ଟିକାବାଲି ଅଞ୍ଚରେ ଶୋକର ଛାୟା ଖେଳିଯାଇଛି ।

କନ୍ଧମାଳରୁ ସଞ୍ଜୟ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 17, 2022, 7:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.