ଫୁଲବାଣୀ: କୋରୋନା ମହାମାରୀ ପାଇଁ ଲକଡାଉନ ହେତୁ ସମସ୍ତ କାମଧନ୍ଦା ବନ୍ଦ ରହିଛି । ଏମିତି ସ୍ଥିତିରେ ସମସ୍ତ ବିପିଏଲ ଓ ଏନଏଫଏସଏସ କାର୍ଡ଼ଧାରୀଙ୍କୁ ଆସନ୍ତା ତିନି ମାସର ଚାଉଳ ଓ ଗହମ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଫଳରେ ଆଜି ଠାରୁ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଏହାର ବଣ୍ଟନ ଆରମ୍ଭ ହୋଇଛି ।
ସେହିପରି ଫୁଲବାଣୀ ସହିତ ବାଲିଗୁଡା ଓ ଘୁ.ଉଦୟଗିରି ସହରାଞ୍ଚଳରେ ୱାର୍ଡ ୱାର୍ଡ କରି ବଣ୍ଟନ ହେବ ଏକାଥରକେ 3 ମାସର ଚାଉଳ । ସୋମବାର ଫୁଲବାଣୀର 4ଟି ୱାର୍ଡରେ ଏପ୍ରିଲ, ମେ ଓ ଜୁନ ମାସର ଅଗ୍ରିମ ଚାଉଳ ଖାଉଟିଙ୍କୁ ଦିଆଯାଇଛି । ତେବେ ଏଭଳି ଅଗ୍ରିମ ବଣ୍ଟନ ଯୋଗୁଁ ରୋଜଗାର ଶୂନ୍ୟ ଗରିବ ଲୋକେ ଅନ୍ତତଃ ପକ୍ଷେ ଦୁଇ ବେଳା ଖାଇବା ସୁରକ୍ଷିତ ହୋଇପାରିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ