ETV Bharat / state

ବିଜେଡିରେ ଗୋଷ୍ଠୀ କନ୍ଦଳ, ହାତ ଧରିଲେ ନେତା ଓ କର୍ମୀ - ବିଜେଡିର ଗୋଷ୍ଠୀ କନ୍ଦଳ

ପୌର ନିର୍ବାଚନରେ ଟିକେଟ ନମିଳିବା ଓ ଦଳ ଅଣଦେଖା କରିବା କାରଣରୁ ବିଜେଡି ଛାଡି କଂଗ୍ରସରେ ମିଶିଲେ ବିଜେଡିର ନେତା ଓ କର୍ମୀ । ଅଧିକ ପଢନ୍ତୁ

ବିଜେଡିର ଗୋଷ୍ଠୀ କନ୍ଦଳ, ହାତ ଧରିଲେ ବିଜେଡି ନେତା ଓ କର୍ମୀ

author img

By

Published : Mar 10, 2022, 7:34 AM IST

Updated : Mar 10, 2022, 7:43 AM IST

ଫୁଲବାଣୀ: ବିଜେଡି ଛାଡି କଂଗ୍ରସରେ ମିଶିଲେ ବିଜେଡିର ନେତା ଓ କର୍ମୀ । ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ଗତକାଲି(ବୁଧବାର) ଦିନ ବିଜେଡି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି ।

ବିଜେଡିରେ ଗୋଷ୍ଠୀ କନ୍ଦଳ, ହାତ ଧରିଲେ ନେତା ଓ କର୍ମୀ

କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଆୟୋଜିତ ଏକ ମିଶ୍ରଣ ପର୍ବରେ କର୍ମୀମାନେ କଂଗ୍ରେସରେ ମିଶିଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଯୁବ ନେତା ନନ୍ଦ କିଶୋର ଦାସ, ପ୍ରମୁଖ ବହୁନେତା ପ୍ରମୁଖ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରି ଦଳରେ ମିଶାଇଥିଲେ ।

ଏମାନେ ମିଶିବା ଫଳରେ ଦଳ ସହରରେ ଅଧିକ ଶକ୍ତିଶାଳୀ ହେବାସହ ପୌର ନିର୍ବାଚନରେ ବିଜୟ ସମ୍ଭାବନାକୁ ଅଧିକ ଦୃଢ଼ କରିଥିବା ଜିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି । ଆଗକୁ ଆହୁରି ଅନେକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ଅନାମ ନାୟକ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Mar 10, 2022, 7:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.