ETV Bharat / state

କନ୍ଧମାଳରେ ପ୍ରାର୍ଥୀଙ୍କ ପାଇଁ ପ୍ରତାପଙ୍କ ଭୋଟ ଭିକ୍ଷା - କନ୍ଧମାଳରେ ବିଜେଡିର ସମ୍ମିଳନୀ

ପାରିଜାତ କଲ୍ୟାଣ ମଣ୍ଡପରେ ଗୁରୁବାର ସଂଖ୍ୟା ଲଘୁ ସେଲ୍‌ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ସହରରେ ଥିବା ବିଭିନ୍ନ ମୌଳିକ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଅଧିକ ପଢ଼ନ୍ତୁ

କନ୍ଧମାଳରେ ପୌରପ୍ରାର୍ଥୀଙ୍କ ପାଇଁ ପ୍ରତାପଙ୍କ ଭୋଟ ଭିକ୍ଷା

author img

By

Published : Mar 18, 2022, 5:23 PM IST

ଫୁଲବାଣୀ: ପାରିଜାତ କଲ୍ୟାଣ ମଣ୍ଡପରେ ଗୁରୁବାର ସଂଖ୍ୟା ଲଘୁ ସେଲ୍‌ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ସହରରେ ଥିବା ବିଭିନ୍ନ ମୌଳିକ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବଜେଡି ପକ୍ଷରୁ ଏହି ସମ୍ମଳନୀ ଆୟୋଜିତ କରାଯାଥିଇବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ ।

କନ୍ଧମାଳରେ ପୌରପ୍ରାର୍ଥୀଙ୍କ ପାଇଁ ପ୍ରତାପଙ୍କ ଭୋଟ ଭିକ୍ଷା

ଫୁଲବାଣୀ ସହର ଓ ଜିଲ୍ଲାର ସାମୁହିକ ବିକାଶ ପାଇଁ ବିଜେଡିର ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ପୁନମ କହଁରଙ୍କ ସମେତ ୧୩ ଜଣ କାଉନସିଲର ପାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ବିଜେଡି ପାର୍ଥୀ ଏଠାରେ ବିଜୟୀ ହେଲେ ସହରବାସିଙ୍କ ମୌଳିକ ସମସ୍ୟାର ସମାଧନ କରିବା ଅଧ୍ୟକ୍ଷାଙ୍କ ପ୍ରଥମ ଦାୟିତ୍ୱ ହେବ ବୋଲି ମନ୍ତ୍ର ଆଶ୍ବସନା ଦେଇଛନ୍ତି ।

ସହରରେ ଥିବା ଡ୍ରେନେଜ, ପାନୀୟ ଜଳ, ରାସ୍ତାଘାଟ, ଜମିଜମା ଭଳି ଉତ୍କଟ ସମସ୍ୟା ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଉପସ୍ଥିତ ଜନତା ନିବେଦନ କରିଥିଲେ । ସଂଖ୍ୟାଲଘୁ ରାଜ୍ୟ ସମ୍ପାଦକ ମହମ୍ମଦ ୟାସୀନ ଆଜିର ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହିସଭାରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ନଗରଉନ୍ନୟନ, ଆଇନ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅଙ୍ଗଦ କହଁର, ଅଧ୍ୟକ୍ଷା ପାର୍ଥୀ ପୁନମ କହଁର, ଜାମା ମସଜିଦ ସଭାପତି ଅବଦୁଲ ରଜା ପ୍ରମୁଖ ଯୋଗ ଦେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.