ETV Bharat / state

ଗାଡି ଚଳାଇ ଧରାପଡିଲେ ବିଡିଓଙ୍କ ପୁଅ, କଟିଲା 25 ହଜାର ଫାଇନ - ରାସ୍ତାରେ ଗାଡି ଚଳାଇ ଧରାପଡିଲେ ବିଡିଓଙ୍କ ପୁଅ।

ରାସ୍ତାରେ ଗାଡି ଚଳାଇ ଧରାପଡିଲେ ବିଡିଓଙ୍କ ପୁଅ । ସ୍କୁଟି ଜବତ କଲା ପରିବହନ ବିଭାଗ, କଟିଲା 25 ହଜାର । ଅଧିକ ପଢନ୍ତୁ

minor driver fined in kandhamal
minor driver fined in kandhamal
author img

By

Published : Apr 3, 2023, 8:30 AM IST

ବିଡିଓ ପୁଅଙ୍କ କଟିଲା ଫାଇନ

ଫୁଲବାଣୀ: ରାସ୍ତାରେ ଗାଡି ଚଳାଇ ପାରିବେ ନାହିଁ ନାବାଳକ । ଗାଡି ଚଳାଇଲେ ଗଣିବେ ୨୫ ହଜାର ଫାଇନ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଜାରି ରହିଛି କ଼ଡାକଡି ଚେକିଂ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପରିବହନ ବିଭାଗ କଡାକଡି ଚେକିଂ ଜାରି ରଖିଥିବା ବେଳେ ଗାଡି ଚଳାଉ ଥିବା ବେଳେ ଧରାପଡିଛନ୍ତି ବିଡିଓଙ୍କ ପୁଅ । ଶେଷରେ ୨୫ ହଜାର ଟଙ୍କାର ଫାଇନ କରାଯାଇଛି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୁଅଙ୍କ ବିରୋଧରେ । ବର୍ତ୍ତମାନ ସୁଧା ଜିଲ୍ଲାରେ ୩ ଜଣ ନାବାଳକ ଗାଡି ଚଳାଇ ଧରାପଡିଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ୨୫ ହଜାର ଲେଖାଏଁ ତଣ୍ଡ କରାଯାଇଛି ।

ମିଳିଥିବା ସୂଚନା ଅନୁଯାଇ, ରବିବାର ସଦର ଥାନା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିସିପଡା ଛକ ଠାରେ ମିଳିତ ଯାଞ୍ଚ ହୋଇଥିଲା । ତେବେ ଚେକିଂ ଜୋରଦାର କରାଯାଉଥିବା ବେଳେ ଯେଉଁ ନାବାଳକ ଗାଡି ଚଳାଉଛନ୍ତି ତାଙ୍କ ବିରୋଧରେ ଫାଇନ କରାଯାଉଛି । ତେବେ ବିସିପଡା ଛକ ଠାରେ ଗାଡି ଚେକିଂ ବେଳେ କନ୍ଧମାଳ ଜିଲ୍ଲାର ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୁଅ ୨୫ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ସେ ସ୍କୁଟି ଚଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ପରେ ଜଣାପଡିଥିଲା ଯେ ସେ ବିଡିଓଙ୍କ ପୁଅ । ପରିବହନ ବିଭାଗ ଫାଇନ କାଟିବା ସହ ସ୍କୁଟିକୁ ମଧ୍ୟ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ-ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା, ୨ ପୋଲିସ କର୍ମଚାରୀ ଫାୟାରିଂ କରିଥିବା ଅଭିଯୋଗ

ପରିବହନ ବିଭାଗ ଅଧିନିୟମ ୧୯୯- ଏ (୨) ଆଧାରରେ ଏହି ଫାଇନ ହୋଇଛି । ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ ମୃତାହତ ସପ୍ତାହ ପାଳନ କରାଯାଉଛି । ଏନେଇ ବିଭିନ୍ନ ସ୍ଥାନରେ ଜିଲ୍ଲା ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଚେକିଂ । ବର୍ତ୍ତମାନ ସୁଧା ଜିଲ୍ଲାରେ ୩ ଜଣ ନାବାଳକଙ୍କ ଅଭିଭାବକଙ୍କୁ ୨୫ ହଜାର ଲେଖାଏଁ ତଣ୍ଡ କରାଯାଇଛି ।

ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ଏପ୍ରିଲ 1 ତାରିଖରୁ ଆରମ୍ଭ ହୋଇଛି ଶୂନ ମୃତାହତ ସଂଖ୍ୟା ସପ୍ତାହ । ଯାହା ଆସନ୍ତା ୭ ତାରିଖରେ ଶେଷ ହେବ । ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.