ଫୁଲବାଣୀ: ବିକଶିତ ହେବ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଜିଲ୍ଲାର କୋଣଅନୁକୋଣରେ ପହଞ୍ଚିବ ବ୍ୟାଙ୍କ ସେବା । ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 39 ଶାଖାର ବ୍ୟାଙ୍କ ମ୍ୟାନେଜର ଏକତ୍ରିତ ହୋଇ ଆଲୋଚନା କରିଛନ୍ତି ।
ପାଞ୍ଚ ତ୍ରିଲିଅନ ଡଲାର ଇକୋନୋମି ପାଇଁ କନ୍ଧମାଳ ପରି ଜିଲ୍ଲାରେ ଅନେକ ସୁଧାର ଆବଶ୍ୟକ ରହିଛି ବୋଲି ଏହି ଅବସରରେ ରିଜିଓନାଲ ମ୍ୟାନେଜର ବିକ୍ରମ କେଶରୀ ମାନ୍ଧ୍ୟତା କହିଛନ୍ତି । ତେବେ କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ଲୋକେ ବ୍ୟାଙ୍କ ଋଣ ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଆଗକୁ ଆସିଛି ଏସବିଆଇ ବ୍ୟାଙ୍କ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ