ETV Bharat / state

ବାଲିଗୁଡା ପୋଲିସକୁ ବଡ ସଫଳତା, ୧୦ ଅପହରଣକାରୀ ଗିରଫ

author img

By ETV Bharat Odisha Team

Published : Sep 7, 2023, 12:53 PM IST

ଦୁଇ ଜଣ ମାଂସ ବ୍ୟବସାୟୀଙ୍କୁ ଉଦ୍ଧାର ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ବାଲିଗୁଡା ପୋଲିସ । ଅପହରଣର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

police arrest 10 kidnappers
police arrest 10 kidnappers
police arrest 10 kidnappers

ଫୁଲବାଣୀ: ବାଲିଗୁଡା ପୋଲିସକୁ ସଫଳତା । ଦୁଇ ଜଣ ମାଂସ ବ୍ୟବସାୟୀଙ୍କୁ ଉଦ୍ଧାର ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ । ଏଥିସହ ସେମାନଙ୍କ ଠାରୁ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାରକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ୍ । ଉଦ୍ଧାର ହୋଇଥିବା ଦୁଇ ମାଂସ ବ୍ୟବସାୟୀ ହେଲେ ବାଲିଗୁଡ଼ା ହାଟପଦା ସାହିର ପଣ୍ଡିତ ମାଝୀ ଓ ହେମନ୍ତ ଗଣ୍ଡା ।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ସମୟରେ ବାଲିଗୁଡ଼ା ବସଷ୍ଟାଣ୍ଡ୍ ନିକଟସ୍ଥ ବୁଡାଗୁଡ଼ା ଛକରୁ ଦୁଇଟି ଗାଡ଼ିରେ ଆସି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୁଇଜଣ ମାଂସ ବ୍ୟବସାୟୀଙ୍କୁ ଅପହରଣ କରି ନେଇଥିଲେ ଅପହରଣକାରୀ । ଏନେଇ ଖବର ପାଇ ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚୋଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ପାଞ୍ଚୋଟି ସ୍ଥାନରେ ନାକା କରି ଅପହରଣକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ୍ । ଏନେଇ ୧୦ଜଣ ଅପହରଣକାରୀଙ୍କୁ ପୋଲିସ ଗିରଫ କରିଥିଲା ।

ଏଥିସହ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୂଆଗାଁ ଥାନା ଅଞ୍ଚଳରୁ ପୋଲିସ୍ କାବୁ କରିଥିଲା । ସେହିପରି ଅନ୍ୟପଟେ ଅଧା ରାସ୍ତାରେ କୌଣସି ପ୍ରକାରେ ଦୁଇ ମାଂସ ବ୍ୟବସାୟୀ ଇନୋଭା କାରରୁ ଡେଇଁ ପଡ଼ିଥିଲେ । ତେବେ ପିଛା କରୁଥିବା ପୋଲିସ୍ ଉଭୟଙ୍କୁ ଉଦ୍ଧାର କରିବା ସହ ରାଇକିଆ ନିକଟରେ ଇନୋଭା କାର୍ ସହ ଅପହରଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ତେବେ ଏଯାବତ୍ ଅପହରଣର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ତଦନ୍ତ ପରେ ଘଟଣା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- RTO ପରିଚୟ ଦେଇ କରୁଥିଲେ ବଟି ଆଦାୟ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ

ପ୍ରକାଶ ଥାଉକି, ରାଉରକେଲାରେ ଆରଟିଓ ପରିଚୟ ଦେଇ କରୁଥିଲେ ବଟି ଆଦାୟ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ତିନି ନକଲି ଆରଟିଓଙ୍କୁ ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ତିନି ଅଭିଯୁକ୍ତଙ୍କୁ ସିମ୍‌ଡେଗା ଜେଲକୁ ପଠାଇ ଦିଆଯାଇଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ କରୁଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.