ETV Bharat / state

ଶକ୍ତିପୀଠରେ ସକ୍ରିୟ ଅସାମାଜିକ ଯୁବକ, ଦୋକାନ ଆଜବେଷ୍ଟସ ଭାଙ୍ଗି ଲୁଟିଲେ - କନ୍ଧମାଳ ଶକ୍ତି ପୀଠ ମା’ ନାରାୟଣୀ ପୀଠରେ ଚୋରି

କନ୍ଧମାଳ ଜିଲ୍ଲାର ଅନ୍ୟତମ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଫୁଲବାଣୀର ମା’ ନାରାୟଣୀ ପୀଠରେ ସକ୍ରିୟ ଅଛି ଅସାମାଜିକ କାର୍ଯ୍ୟ । ଏଠାରେ ଥିବା ଏକ ଦୋକାନର ଆଜବେଷ୍ଟସ ଛାତ ଭାଙ୍ଗି ଚୋରି କରିଛନ୍ତି ଚୋର ।

ଶକ୍ତିପୀଠରେ ଅସାମାଜିକ କାର୍ଯ୍ୟ ସକ୍ରିୟ, ନିଦାବିଷ୍ଣୁ ପୋଲିସ
author img

By

Published : Nov 11, 2019, 10:56 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅନ୍ୟତମ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଫୁଲବାଣୀର ମା’ ନାରାୟଣୀ ପୀଠ । ଏହି ଅଞ୍ଚଳ ଏବେ ଅସାମାଜିକଙ୍କ ଚରାଭୁଇଁ ପାଲଟିଛି। ବିଭିନ୍ନ ସମୟରେ ବେଆଇନ କାମରେ ଲିପ୍ତ ରହୁଛନ୍ତି ଅସାମାଜିକ ଯୁବକ। ରୀତିମତ ଏଠି ଚୋରି ଓ ଅନ୍ୟ ଅସାମାଜିକ କାର୍ଯ୍ୟ ଚାଲୁଛି। ତେବେ ଏଥିପ୍ରତି ଆଦର୍ଶ ଟାଉନ ଥାନା ପୋଲିସ ନିରବଦ୍ରଷ୍ଟା ସାଜିଛି ।

ଶକ୍ତିପୀଠରେ ଅସାମାଜିକ କାର୍ଯ୍ୟ ସକ୍ରିୟ, ନିଦାବିଷ୍ଣୁ ପୋଲିସ

ପୁଣି ମା’ ନାରାୟଣୀ ପୀଠକୁ ଲାଗିଥିବା ଦୋକାନରୁ ଚୋରି ହୋଇଛି । ଦୋକାନର ଆଜବେଷ୍ଟସ ଛାତ ଭାଙ୍ଗି ଚୋରି କରିଛନ୍ତି ଚୋର। ତେବେ ଲୋକେ ଚୋରଙ୍କ ସମ୍ପର୍କରେ ଗତ ରାତିରେ ସୂଚନା ଦେଇଥିଲେ ହେଁ ପୋଲିସ ଆସିନଥିଲା। ସେପଟେ ପାଟିତୁଣ୍ଡରୁ ଭୟଭୀତ ହୋଇ ଚୋର ନିଜ ଗାଡି ଛାଡି ଯାଇଥିଲେ । ଉକ୍ତ ଗାଡିକୁ ଗାଁ ଲୋକେ ଜବତ କରି ଥାନାରେ ଦେଇଛନ୍ତି ।

ଚୋରଙ୍କ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସୁଚନା ଦେଇଛି ପୋଲିସ। ସେପଟେ ଦୋକାନୀଙ୍କ ସବୁ ଟଙ୍କା ଓ ଜିନିଷ ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ଏହି ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଏହି ଶକ୍ତି ପୀଠକୁ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବହୁ ସଂଖ୍ୟାରେ ଆସୁଥିବା ବେଳେ ସୁରକ୍ଷାକୁ ନେଇ ସମସ୍ତେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.