ETV Bharat / state

୫ ଦଫା ଦାବି ନେଇ ଆମରଣ ଅନଶନରେ ଜେଲ୍‌ କର୍ମଚାରୀ - ୫ ଦଫା ଦାବି ନେଇ ଦେଲ କର୍ମଚାରୀଙ୍କ ଆନ୍ଦୋଳନ

୫ ଦଫା ଦାବି ନେଇ ନିଖିଳ ଓଡ଼ିଶା କାରାଗାର ମହାସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ସହ ଆମରଣ ଅନଶନ । ଅଧିକ ପଢନ୍ତୁ

jail employees association hunger strike

author img

By ETV Bharat Odisha Team

Published : Sep 26, 2023, 9:50 AM IST

Updated : Sep 26, 2023, 12:34 PM IST

ଆମରଣ ଅନଶନରେ ଜେଲ୍‌ କର୍ମଚାରୀ

ଫୁଲବାଣୀ: ଆମରଣ ଅନଶନରେ ଜେଲ କର୍ମଚାରୀ । ଏନେଇ କଏଦୀ ପରିଚାଳନାରେ ପଡିପାରେ ପ୍ରଭାବ । ଦୀର୍ଘ ୧୨ ଦିନ ଧରି କଳାବ୍ୟାଚ୍ ପିନ୍ଧି ପ୍ରତିକାତ୍ମକ ଧାରଣା ପରେ ଶେଷରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଏଥିରେ ଜେଲ ଓ୍ବାର୍ଡରଠାରୁ ଆରମ୍ଭ କରି ହାବିଲଦାର ଓ ଚିଫ ଓ୍ବାର୍ଡର ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପ୍ରଭାବିତ ହୋଇପାରେ ଜେଲ୍ ପରିଚାଳନା, ଆମରଣ ଅନଶନକୁ ଓହ୍ଲାଇଲେ କର୍ମଚାରୀ

ତେବେ ୫ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଓ୍ବାର୍ଡର ଓ ଚିଫ୍‌ ଓ୍ବାର୍ଡର ମାନଙ୍କର ଗ୍ରେଡ ପେ' ବୃଦ୍ଧି କରାଯାଉ । 2012 କାରାଗାର ପରିଚାଳନା ନିୟମ ଅନୁଯାୟୀ ୱାର୍ଡର କର୍ମଚାରୀଙ୍କ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା, ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ଖାଦ୍ୟ ପାନୀୟ ଭତ୍ତା ୪ଶହ ଟଙ୍କାରୁ ୧୪୦୦ ଶହ ଟଙ୍କାକୁ ବୃଦ୍ଧି କରିବା, ସବ୍‌ ଡିଭିଜନ କାରାଗାରମାନଙ୍କ ଭିତରେ ଥିବା ବଦଳି ଆଇନକୁ କୋହଳ କରିବା ତଥା ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ମାସିକିଆ ଦରମାକୁ ପରିବର୍ତ୍ତନ କରି ନୂତନ ଭାବେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ଦେବା ଆଦି ୫ ଦାବି ନେଇ ଏହି ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ଆମରଣ ଅନଶନରେ ଜେଲ କର୍ମଚାରୀ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ଆନ୍ଦୋଳନକାରୀ

ସେହିପରି ଏହି ୫ ଗୋଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାରାଗାର ସମ୍ମୁଖରେ ସମସ୍ତ କର୍ମଚାରୀ ଶୃଙ୍ଖଳାର ସହିତ କାର୍ଯ୍ୟ ସମ୍ପାଦନ କରି ଆମରଣ ଅନଶନ ଚାଲୁ ରହିବା ନେଇ ସୂଚନା ଦେଇଛନ୍ତି । ଏହି ଆମରଣ ଅନଶନ ସମୟରେ ଯଦି କୌଣସି କର୍ମଚାରୀ ଅସୁସ୍ଥତା କିମ୍ବା ମୃତାହତ ହୁଅନ୍ତି ତେବେ କାରାଗାର ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ନିମନ୍ତେ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ସଂଘ । ତେବେ ଏହି ଆମରଣ ଅନଶନରେ ୧୦ ଜଣ କାରାରକ୍ଷୀ ଉପସ୍ଥିତ ରହି ଏହି ଅନଶନ କରୁଥିବା ଦେଖିବାକୁ ମିଳିଛି । ସେପଟେ ଉପର ଅଧିକାରୀମାନଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସୂଚନା ରହିଛି । ତେବେ ଅନଶନରେ ବସିଥିବା ସମସ୍ତ କାରାଧ୍ୟକ୍ଷମାନେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଭୋକିଲା ରହି ଶାନ୍ତି ଶୃଙ୍ଖଳା ସହ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

Last Updated : Sep 26, 2023, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.